csstore

ଓଡ଼ିଶା ସରକାରଙ୍କ ପକ୍ଷରୁ ଦୁଇ ଦିବଙ୍ଗତ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ପାଇଁ ମଞ୍ଜୁର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ପକ୍ଷରୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଦୁଇ ଦିବଙ୍ଗତ ସାମ୍ବାଦିକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯିବା ପାଇଁ ମଞ୍ଜୁର ହୋଇଛି । ରାୟଗଡ ଜିଲ୍ଲାରେ ଓଟିଭିର ରିପୋର୍ଟର ଭାବରେ କାର୍ଯ୍ୟରତ ଥିବା ସ୍ୱର୍ଗତ ମନୋଜ କୁମାର ପାତ୍ରଙ୍କ ପତ୍ନୀ ଶ୍ରୀମତୀ ଶକୁନ୍ତଳା ପାତ୍ର ଏବଂ ବିଶ୍ୱବାଣୀ ପତ୍ରିକାର ସମ୍ପାଦକ ସ୍ୱର୍ଗତ ପ୍ରଦୀପ କୁମାର ମଙ୍ଗରାଜଙ୍କ ପତ୍ନୀ ଶ୍ରୀମତୀ ପ୍ରଣତୀବାଳା ମାର୍ଥିଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.