ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍ ୮ର ବସ୍ତି ଅଞ୍ଚଳରେ ଜଣେ ଯୁବକଙ୍କୁ ସଙ୍ଗବଦ୍ଧ ଭାବେ କିଛି ଯୁବକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ପ୍ରଥମେ ଗୁରୁତର ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କେଉଁ କାରଣରୁ ଏହିପରି ହତ୍ୟା କରାଯାଇଛି ତାର କାରଣ ଅସ୍ପଷ୍ଟ ରହିଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Prev Post