
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକରେ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନ୍ଆର୍ଟିଏସ) ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି । ରାଧାକାନ୍ତ ଉଚ୍ଚ ବିଦ୍ୟାପୀଠରେ ୨୦୮ ଜଣ ଏନ୍ଆର୍ଟିଏସ୍ ପରୀକ୍ଷା ଦେବାକୁ ଥିବା ବେଳେ ୨୦୫ ଜଣ ୯ମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ବୋଲି ଏବିଇଓ ଯୁଧିଷ୍ଟିର କୁମାର ପରିଡା ସୂଚନା ଦେଇଛନ୍ତି ।