ଅହିଂସା ରଥ ପ୍ରବେଶ କରିଛି ନବରଙ୍ଗପୁର ଜିଲ୍ଲାରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରି ରାଜ୍ୟ ପରିକ୍ରମା କରୁଥିବା ପବିତ୍ର ଅହିଂସା ରଥ ଗତକାଲି ପ୍ରବେଶ କରିଛି ନବରଙ୍ଗପୁର ଜିଲ୍ଲାରେ । ଏହି ଅବସରରେ ପାପଡାହାଣ୍ଡି ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀ ଓ ଜନ ପ୍ରତିନିଧିଗଣ ଉପସ୍ଥିତ ଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.