
ଭୁବନେଶ୍ୱର, (କେପିଏନ୍ଏସ୍) : ଭୁବନେଶ୍ୱରରେ ରହି ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ର ସ୍ମାର୍ଟ ଓ୍ବାଚ୍ କିଣିବାକୁ ଯାଇ ସାଇବର ଠକଙ୍କ ଜାଲରେ ପଡିଥିବା ଜଣାପଡିଛି । ସାଇବର ଠକମାନେ ତାଙ୍କଠାରୁ ୭୮ ହଜାର ଟଙ୍କା ଚଳୁ କରିଦେଇଛନ୍ତି । ଠକେଇର ଶିକାର ଛାତ୍ର ଜଣକ ହେଲେ ଭୁବନେଶ୍ୱର ଶାସ୍ତ୍ରୀନଗରରେ ରହୁଥିବା ନୟାଗଡ ଜିଲାର ପ୍ରଭାସ ମହାପାତ୍ର । ସୂଚନା ଅନୁସାରେ ସାଇବର ଠକମାନେ ନିଜକୁ ସେନା କର୍ମଚାରୀ ପରିଚୟ ଦେଇ ନକଲି ଆଇକାର୍ଡ଼, ଆଧାର କାର୍ଡ ଦେଖାଇ କ୍ୟାଣ୍ଟିନରୁ ଛାତ୍ରଙ୍କୁ ଅତ୍ୟାଧୁନିକ ସ୍ମାର୍ଟ ଓ୍ବାଚ୍ ଦେବାକୁ କହିଥିଲେ । ଠକଙ୍କ କହିବାନୁସାରେ ପ୍ରଭାସ ଫୋନ ପେ’ରେ ଟଙ୍କା ପଠାଇଥିଲେ ମଧ୍ୟ ସ୍ମାର୍ଟଓ୍ବାଚ୍ ପାଇ ନ ଥିଲେ । ଏହାପରେ ପ୍ରଭାସ ଭୁବନେଶ୍ୱର ସାଇବର ଥାନାରେ ଏତଲା ଦେଇଛନ୍ତି ।