jsm

ଦେଦର୍ହା ଗାଁରେ ଝାଡାବାନ୍ତି : ଗୋଟିଏ ପରିବାରରୁ ଆଈ ନାତିଙ୍କ ମୃତ୍ୟୁ, ୨୦ରୁ ଅଧିକ ଆକ୍ରାନ୍ତ

csstore

ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ପଡ଼ିଆବହାଲ ଗ୍ରାମ ପଞ୍ଚାୟତ ଦେଦର୍ହା ଗାଁରେ ୨୦ରୁ ଅଧିକ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ କୁମାରୀ ମେହେର (୪୮)ଙ୍କ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଆଜି ମୃତକ କୁମାରୀ ମେହେରଙ୍କ ନାତି(୧୦)ଙ୍କ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଦୀର୍ଘ ୫ ଦିନ ହେବ ଦେଦର୍ହା ଗ୍ରାମରେ କେଶବ ଜାନି, ଗୋବିନ୍ଦ ପଧାନ, ହେମନ୍ତ ମାଝୀ, କୁନ୍ଦୁରୁ ଜାନି, ରଶ୍ମିତା ସାହୁ ଓ ଗ୍ରାମର ଅନ୍ୟାନ୍ୟ ଲୋକେ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ସରକାରୀ ଓ ବେସରକାରୀ ଭାବରେ ଚିକିତ୍ସିତ ହେଉଛନ୍ତି । ହେଲେ ଗ୍ରାମରେ ଝାଡାବାନ୍ତି ରୋଗ ଥମିବାର ନା ନେଉ ନଥିବା ବେଳେ ଆଜି ଜଣେ ମହିଳାଙ୍କ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଆଗକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଝାଡାବାନ୍ତି ରୋଗ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ଉତ୍ତମ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଦାବୀ ହେଉଛି । ଏନେଇ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୁରଜ ଦୀପଙ୍କୁ ପଚାରିବାରୁ ଆମ ପାଖରେ ଖବର ନଥିଲା ଆକ୍ରାନ୍ତ ଲୋକଙ୍କୁ ତୁରନ୍ତ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ ।

yuvodaya
Leave A Reply

Your email address will not be published.