ଡଙ୍ଗା ଯୋଗାଇ ଦେବାକୁ ପ୍ରଶାସନିକ ଅଧିକାରୀ ଓ ବିଧାୟକଙ୍କୁ ଅନୁରୋଧ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ମୁନିନ୍ଦା ଗ୍ରାମ ପଞ୍ଚାୟତର ଡ଼ାକପଡା ଗ୍ରାମରେ ଘର ମାନଙ୍କରେ ପାଣି ପଶି ଯିବାରୁ ୱାର୍ଡ ସଭ୍ୟ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରୁଥିବା ଜଣାପଡିଛି । ବିଡ଼ମ୍ବନାର ବିଷୟ ଯେ, ଡାକପଡା, ଶଙ୍ଖପାଟ, ଗଜପଟଣା, ସାନଆଙ୍କୁଲା ହାରାହାରି ଲୋକସଂଖ୍ୟା ୨୦୦୦ରୁ ଅଧିକ ହେବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଡଙ୍ଗା ଟିଏ ବନ୍ଦୋବସ୍ତ ହୋଇପାରିନାହିଁ । ଏଣୁ ଡଙ୍ଗାଟିଏ ଯୋଗାଇ ଦେବା ପାଇଁ ପ୍ରଶାସନିକ ଅଧିକାରୀ ଓ ବିଧାୟକଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.