ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଦୀପ ଦାନ କାର୍ଯ୍ୟକ୍ରମ

ଗୁଡଭେଲା : ଗୁଡଭେଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ଓଡିଶାର ବଲାଙ୍ଗିର ସହବିଭାଗ ନିରକ୍ଷକ ମନୋରଞ୍ଜନ କର ଓ ସମ୍ମାନୀତ ଅତିଥି ଭାବରେ ତୋଷରା ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ୟ୍ୟ ତଥା ସଙ୍କୁଳ ସଂଯୋଜକ ଶୁଶୀଲ ଦାସଙ୍କ ଉପସ୍ଥିତିରେ ୭୫ଟି ଦୀପ ପ୍ରଜ୍ୱଳନ କରି ପ୍ରଭୁ ଜଗନ୍ନାଥ ଓ ଭାରତ ମାତାଙ୍କୁ ମନ୍ଦିର ପୂଜକ ଫକୀର ଷଡ଼ଙ୍ଗୀ ପୂଜାର୍ଚ୍ଚନା କରିଥିଲେ । ଉକ୍ତ କାର୍ୟ୍ୟକ୍ରମକୁ ଘନଶ୍ୟାମ ପ୍ରଧାନୀ, ରାମତାର ଅଗ୍ରୱାଲ, ଚୁଳେଶ୍ୱର ବାଗ ପ୍ରମୁଖ ଉପସ୍ଥିତ ରହିବା ସହ ବିଦ୍ୟାମନ୍ଦିର ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକା ସମସ୍ତେ ସହଯୋଗ କରିଥିଲେ ।

Leave A Reply

Your email address will not be published.