pr

କୋଶଲି ସାହିତ୍ୟ ଅନୁଷ୍ଠାନ ଢେକିସାଲ୍‌ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ପାଳିତ

dr. purohit

ବଙ୍ଗୋମୁଣ୍ଡା, (ଦିଲ୍ଲିପ କୁମାର ସରାପ) : କୋଶଲି ସାହିତ୍ୟ ଅନୁଷ୍ଠାନ ଢ଼େକିସାଲ୍‌, କଁସିଲ୍‌ ଆନୁକୂଲ୍ୟରେ କୋଷାଧ୍ୟକ୍ଷ ଗୀତବାସ ପୁଟେଲଙ୍କ ତତ୍ତ୍ୱାବଧାନରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ଯୁବ କବି ତଥା ଗୀତିକାର କେକି ସିଂ ଭୋଇ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ବେକାରୀ ସମସ୍ୟା ଯୋଗୁଁ ଯୁବ ସମାଜ ପଥଭ୍ରଷ୍ଟ ହେଉଛନ୍ତି, ତେଣୁ ଯୁବ ସମାଜକୁ ଉପଯୁକ୍ତ କର୍ମ ସଂସ୍ଥାପନ ଯୋଗାଇଦେବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ତାଙ୍କର ଅଭିଭାଷଣରେ କହିଥିଲେ । ଏହି ସଭାରେ ମୋହନ ପୁଟେଲ, ଭେଙ୍କଟ ଭୋଇ, ଉତ୍ତମ ଭୋଇ, ସୁରେଶ୍ ପୁଟେଲ, ଚଂଦ୍ର ନାଗ, କେଶବ ବାଗ୍, କୁଂଜ ପୁଟେଲ, ଦିବାଲୁ ପୁଟେଲ, ରାହୁଳ ଭୋଇ, କ୍ରିଷ୍ଣା ଭୋଇ, ଯୁଗଳ ସାହୁ, ଗଣେଶ ମେହେର, ନକୁଳ ପୁଟେଲ, ତାପସ ଭୋଇ, ସହଦେବ ପୁଟେଲ, ଚକିତ ନାଗ, ପ୍ରକାଶ ରଣା, ଗଙ୍ଗା ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଯୁବ କବି ଅନନ୍ତ ବାଗ୍ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.