pr

ଡେଲାଙ୍ଗରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

dr. purohit

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସ୍ଵାଧୀନତାର ୭୫ତମ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ଅଗଷ୍ଟ ୧୫ ତାରିଖ ସୋମବାର ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚର ଆବାହକ ରାଧାମୋହନଙ୍କ ନେତୃତ୍ଵରେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରବା ନେଇ ଏକ ବିଶାଳ ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଦୁଇ ହାଜର ମୋଟର ସାଇକେଲ ପିପିଲି ସଙ୍କଟ ମୋଚନ ମନ୍ଦିରରୁ ବାହାରି ପିପିଲି ପରିକ୍ରମା କରି ଡେଲାଙ୍ଗ ଦେଇ ଐତିହାସିକ ବେରବୋଇ ଗାନ୍ଧୀ ସ୍ମୃତି ପୀଠରେ ପହଞ୍ଚିଥିଲେ । ସେଠାରେ ରାମଧୂନ କରିବା ସହ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ତା’ପରେ ଗାନ୍ଧୀପୀଠରୁ ଶୋଭାଯାତ୍ରା ବାହାରି ଡେଲାଙ୍ଗ ହାଟ ବଜାର, ଜଗଦଲପୁର ଦେଇ ଗଡ କାଲୁପଡା ସ୍ଥିତ ଚଣ୍ଡି ମନ୍ଦିର ନିକଟରେ ପହଞ୍ଚି ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିଥିଲେ । ଏହି ଶୋଭାଯାତ୍ରାରେ ମଞ୍ଚର ଆବାହକ ତଥା ଯୁବନେତା ରାଧାମୋହନ, ଉପଦେଷ୍ଟା ଜନ୍ମେଜୟ ଜେନାଙ୍କ ସହିତ ମଞ୍ଚର ସୁକାନ୍ତ କୁମାର ସ୍ୱାଇଁ, ମହମ୍ମଦ ସାହିଦ ରାଜା, ଦେବାଶିଷ ଦୀକ୍ଷିତ, ଭବାନୀ ଶଙ୍କର ସାହୁ, ସଦାଶିବ ପରିଡା, ଚଣ୍ଡେଶ୍ୱର ପ୍ରସାଦ ଦାସ, ସୁରେଶ ମହାରଣା, ରାଜେନ୍ଦ୍ର ସ୍ୱାଇଁ, ଅରୁଣ ବାରିକ, ନରେନ୍ଦ୍ର ବିଶ୍ୱାଳ ପ୍ରମୁଖ ଏହି ତ୍ରିରଙ୍ଗା ଯାତ୍ରାର ପରିଚାଳନା କରିଥିଲେ । ଏହି ବିଶାଳ ଶୋଭାଯାତ୍ରା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ । ହାଜର ହଜାର ସଂଖ୍ୟାରେ ଯୁବ ଗୋଷ୍ଠୀ, ମହିଳା ଗୋଷ୍ଠୀ, ସମାଜସେବୀ, ବୁଦ୍ଧିଜୀବୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

nrusinghnath
Leave A Reply

Your email address will not be published.