csstore

ରାଧାନଗରଠାରେ ଭାରତୀୟ କିଷାନ ସଙ୍ଘ ବୌଦ୍ଧ ଜିଲ୍ଲା ଶାଖା ତରଫରୁ ଜିଲ୍ଲାସ୍ତରୀୟ ବଳରାମ ଜୟନ୍ତୀ ପାଳିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ପଂଚାୟତ ପରିସରରେ ଭାରତୀୟ କିଷାନ ସଙ୍ଘ ବୌଦ୍ଧ ଜିଲ୍ଲା ଶାଖା ତରଫରୁ କୃଷକମାନଙ୍କ ଆରାଧ୍ୟ ଦେବତା ପ୍ରଭୁ ବଳରାମଙ୍କ ଜୟନ୍ତୀ ଉତ୍ସବ ଜିଲ୍ଲା ସଭାପତି ନବୀନ କୁମାର ପ୍ରଧାନଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସହ ସମ୍ପାଦକ ଭୋଳାଗିରି ସାହୁ, ମୁଖ୍ୟ ବକ୍ତା ବିଶିଷ୍ଟ ଗୋସେବିକା ତାରାକାନ୍ତି ପଟେଲ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂଗଠକ ବିଶିକେସନ ପ୍ରଧାନ, ସାମାଜିକ କର୍ମୀ ମୁରଲୀଧର ପାତ୍ର, ଶଙ୍କର ପ୍ରସାଦ ମିଶ୍ର, କୃତ୍ତିବାସ ପଲିଆ, ରାଧାନଗର ସରପଞ୍ଚ ଗଣେଶ ବେହେରା, ଜିଲ୍ଲା ସମ୍ପାଦକ ନିରଞ୍ଜନ ଗିରି, ବୌଦ୍ଧ ବ୍ଲକ ଉପସଭାପତି ସୁରେଶ ମହାକୁଡ଼, ସମ୍ପାଦକ ଧିରେନ କୁମାର ସାହୁ ମଂଚାସୀନ ଥାଇ ବିଭିନ୍ନ ଆଲୋଚନା କରିଥିଲେ । ବୌଦ୍ଧ ସାଲୁଙ୍କି ନଦୀରେ ପ୍ରସ୍ତାବିତ ନଦୀବନ୍ଧ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ଦାବୀ ଜଣାଇବା ସହ ଅଭାବୀ ସାର ଓ ଧାନ ବିକ୍ରି ଉପରେ କିଷାନ ସଙ୍ଘ ଧ୍ୟାନ ଦେବାକୁ ପ୍ରସ୍ତାବ ଆଗତ ହୋଇଥିଲା ।

jayashree
Leave A Reply

Your email address will not be published.