ସମାଜସେବୀ ମନୋଜଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଚାଁଇପୁର ପଞ୍ଚାୟତ ଅନ୍ତର୍ଗତ ଗଡ଼କାଲୁପଡା ଗ୍ରାମର ଯୁବ ସମାଜସେବୀ ମନୋଜ ବଳିୟାରସିଂହଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ଗତକାଲି ତାଙ୍କର ଏକାଦଶାହ ଉତ୍ସବରେ ମହତାବ ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗର ସହପାଠୀମାନଙ୍କ ପକ୍ଷରୁ ସ୍ଵର୍ଗତ ମନୋଜଙ୍କ ଆତ୍ମାର ସଦଗତି କାମନା ନିମନ୍ତେ ତାଙ୍କ ଗଡକାଲୁପଡା ସ୍ଥିତ ବାସଭବନଠାରେ ସ୍ମୃତିଚାରଣ ସଭା ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ସହପାଠୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବନ୍ଧୁ ପରିଜନ ଯୋଗଦେଇ ସ୍ଵର୍ଗତ ମନୋଜଙ୍କ ସ୍ମୃତିଚାରଣ କରିବା ସହ ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦୁର୍ଗା ଚରଣ ବେହେରା, ଦିଲ୍ଲୀପ ପଟ୍ଟନାୟକ, ସାରଙ୍ଗଧର ଶ୍ରୀଚନ୍ଦନ, ପଦ୍ମ ଚରଣ ସାହୁ, ପୂର୍ଣ୍ଣ ପଲେଇ, ସିଦ୍ଧାର୍ଥ ବଳବନ୍ତରାୟ ପ୍ରମୁଖଙ୍କ ସହ ବନ୍ଧୁ ପରିବାର ଓ ଗାଁ ଲୋକେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.