ଡେଙ୍ଗୁ ରୋଗ ସ୍ଥିତିର ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ଵର ଓ କଟକରେ ହେଉଥିବା ଡେଙ୍ଗୁ ରୋଗ ସ୍ଥିତିର ସମୀକ୍ଷା ବୈଠକ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଏବେ ପର୍ଯ୍ୟାପ୍ତ ପରିମାଣରେ ପ୍ଲେଟ୍‌ଲେଟ୍, ଔଷଧ ତଥା ପରୀକ୍ଷା କିଟ୍ ମହଜୁଦ ଅଛି ବୋଲି ବୈଠକରେ HFWOdisha ପକ୍ଷରୁ ସୂଚିତ କରାଯାଥିଲା । ସମୀକ୍ଷାରୁ ଜଣାପଡିଛି ଯେ, ଗତବର୍ଷ ଅପେକ୍ଷା ଏ ବର୍ଷ ସାଢେ ତିନିଗୁଣ ଅଧିକ ପରୀକ୍ଷା କରାଯାଇଛି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଜନ ସହଭାଗୀତାରେ ସଚେତନତା ସୃଷ୍ଟି କରାଯିବ । ବିଶେଷତଃ, ମଶା ଅଣ୍ଡା ଦେଉଥିବା ସ୍ଥାନ ଯେପରିକି ଫୁଲ କୁଣ୍ଡ, ଟାୟାର୍, ଟିଣ ଓ ବୋତଲରେ ପାଣି ଜମୁଥିବା ସ୍ଥାନରେ ଜଳ ନିଷ୍କାସନ ପାଇଁ ସଚେତନ କରାଯିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.