କୃଷକ ସଭା ପକ୍ଷରୁ ଚକାଜାମ ଆନ୍ଦୋଳନ

କଳାହାଣ୍ଡି, (ନରୋତ୍ତମ ସେଲମା) : ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ଓଡିଶା କୃଷକ ସଭା, ରିଷିଡା ଶାଖା ପକ୍ଷରୁ ଆଜି କର୍ଲାମୁଣ୍ଡା ବ୍ଲକର ରିଷିଡାଠାରେ ଚକାଜାମ ଆନ୍ଦୋଳନ କରାଯାଇଛି । ସିପିଆଇଏମ୍‌ ଶାଖା ସମ୍ପାଦକ କମ୍ରେଡ ଶତୃଘନ ରଣାଙ୍କ ନେତୃତ୍ୱରେ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ସ୍ଥାନୀୟ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ । ସମସ୍ତ ଫସଲର ଏମ୍‌ଏସ୍‌ପି ନିର୍ଧାରଣ, କୃଷକମାନଙ୍କ ଉପରେ ହୋଇଥିବା ସମସ୍ତ ମକଦ୍ଦମା ପ୍ରତ୍ୟାହାର କରିବା, ଜନବିରୋଧୀ ବିଦ୍ୟୁତ ବିଲ ପ୍ରତ୍ୟାହାର, ଲଷ୍ମୀପୁର ଖେରୀ କୃଷକ ଗଣହତ୍ୟାର ଅଭିଯୁକ୍ତମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତିବିଧାନ ପାଇଁ ଦାବୀ କରି ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏଥିରେ ଦୁର୍ଯ୍ୟୋଧନ ନାଗ, ମଦନ ରଣା, ଜନ୍ମେଜୟ ରଣା, ନାରାୟଣ ମଲ୍ଲିକଙ୍କ ସମେତ ବହୁ କୃଷକ ସାମିଲ ହୋଇଥିଲେ ।

Leave A Reply

Your email address will not be published.