jsm

ଭୂଜଳ ପରିଚାଳନା ସଂପର୍କିତ ଜନ ବାର୍ତ୍ତାଳାପ କାର୍ଯ୍ୟକ୍ରମ

csstore

ବୌଦ୍ଧ, (ବଂଶୀଧର ମାଝୀ) : କେନ୍ଦ୍ରୀୟ ଭୂଜଳ ପରିଷଦ ଭୁବନେଶ୍ୱର ଆନୁକୂଲ୍ୟରେ ଶୁକ୍ରବାର ଭୂଜଳ ପରିଚାଳନା ସଂପର୍କିତ ଜନ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଜାତୀୟ ଉଦ୍ୟାନ କୃଷି ଗବେଷଣା ଏବଂ ଉନ୍ନୟନ ପ୍ରତିଷ୍ଠାନ ପାଲଝାରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏନଏଚଆରଡିଏଫର ସହକାରୀ ନିର୍ଦ୍ଦେଶକ ଅରୁଣ ପାଣ୍ଡେ ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ରୀୟ ଭୂଜଳ ପରିଷଦ ବୈଜ୍ଞାନିକ ସୁଧାଂଶୁ ମହାନ୍ତି ଓ ମୁନ୍ନା ସୁତ୍ରଧର ପ୍ରମୁଖ ଯୋଗଦେଇ ଭୂଜଳର ସୁବିନିଯୋଗ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଜଳ ବିଭାଜିକା ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦିପ୍ତ ମହାନ୍ତି, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଯୋଗୀନ୍ଦ୍ରନାଥ ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ସସ୍ମିତା ପ୍ରିୟଦର୍ଶିନୀ, ହରଭଙ୍ଗା ବ୍ଲକର ସହକାରୀ କୃଷି ଅଧିକାରୀ ରାଜେଶ ଚୌଧୁରୀ, ସହକାରୀ କୃଷି ଅଧିକାରୀ ବୌଦ୍ଧ ବ୍ଲକ କମଳାକାନ୍ତ କଟାରୀ, ଯାନ୍ତ୍ରିକ ଅଧିକାରୀ ରଂଜିତ ଦାସ ପ୍ରମୁଖ ଯୋଗଦେଇ ଭୂଜଳର ସୁବିନିଯୋଗ ଉପରେ ଆଲୋଚନା କରିଥିଲେ । ଏଥିରେ ବୌଦ୍ଧ ଜିଲ୍ଲାର ଶତାଧିକ ଚାଷୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ଭୂଜଳ ପରିଷଦର ବୈଜ୍ଞାନିକ ସୁଧାଂଶୁ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ମୁନ୍ନା ସୁତ୍ରଧର ଧନ୍ୟବାଦ ପ୍ରଦାନ କରିଥିଲେ ।

yuvodaya
Leave A Reply

Your email address will not be published.