oom

୩୧ ଜୁଲାଇରେ ଗଞ୍ଜାମ ଜିଲ୍ଲା ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଅଖବନ୍ଦ, ଚକବନ୍ଦ ଆନ୍ଦୋଳନ ଡାକରା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦେଶବ୍ୟାପୀ ଅଖବନ୍ଦ, ଚକବନ୍ଦକୁ ସଫଳ କରିବା ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା, ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟ ହଲ୍‌ରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କୃଷକ ନେତା ଗୋପାଳ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲାର ପ୍ରତିଟି ଅଞ୍ଚଳରେ ଅଖବନ୍ଦ, ଚକବନ୍ଦକୁ ସଫଳ କରିବା ପାଇଁ ସମସ୍ତ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ରହ୍ମପୁର ଟାଟାବେଞ୍ଜ ଛକରେ ପୂର୍ବାହ୍ନ ୧୧ ଘଟିକାରେ ଅଖବନ୍ଦ, ଚକବନ୍ଦ କାର୍ଯ୍ୟକ୍ରମ ଆରମ୍ଭ ହୋଇ ବ୍ୟାପକ କରାଯିବ । କୃଷକମାନଙ୍କର ଦାବୀ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ବିଶ୍ୱାସ ଘାତକତା ବିରୋଧରେ ଅଖବନ୍ଦ, ଚକବନ୍ଦ ଆନ୍ଦୋଳନ ସଫଳ କରିବା ପାଇଁ ଜିଲ୍ଲା ବାସୀଙ୍କୁ ଅନୁରୋଧ କରାଯାଇଛି । ଅଖବନ୍ଦ, ଚକବନ୍ଦକୁ ନିମ୍ନ ଦାବୀ ସମୂହକୁ ନେଇ ଆହ୍ୱାନ କରାଯାଇଛି । ଚାଷୀ ଉତ୍ପାଦନ କରୁଥିବା ସମସ୍ତ ଫସଲର ଏମଏସପି ପାଇଁ ଆଇନଗତ ବ୍ୟବସ୍ଥା କରିବା, କୃଷକମାନଙ୍କ ଉପରେ ହୋଇଥିବା ସମସ୍ତ ମୋକଦ୍ଧମା ପ୍ରତ୍ୟାହାର କରିବା, ଲକ୍ଷ୍ମୀପୁର ଖେରୀ ଅଞ୍ଚଳରେ କୃଷକ ଗଣହତ୍ୟାର ଅଭିଯୁକ୍ତମାନଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ଦେବା, ଜନ ବିରୋଧୀ ବିଦ୍ୟୁତ ବିଲ୍‌-୨୦୨୦ ପ୍ରତ୍ୟାହାର କରିବା, ସାର କଳାବଜାରୀକୁ ନିୟନ୍ତ୍ରଣ ଓ ଚାଷୀଙ୍କୁ ଫସଲ ବୀମା ତୁରନ୍ତ ପ୍ରଦାନ କରିବା ଆଦି ଦାବୀରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ନେତୃବୃନ୍ଦ ଅଖବନ୍ଦ, ଚକବନ୍ଦକୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି । ଓଡ଼ିଶା କୃଷକ ସଭାର ହରିକୃଷ୍ଣ ରେଡ୍ଡୀ, ଗୋପାଳ ପାଣିଗ୍ରାହୀ, କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ, ଅଖିଳ ଭାରତ କୃଷକ ସଭାର ନୀଳକଣ୍ଠ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.