ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ମୁନିଗୁଡା : ରାୟଗଡା ଜିଲ୍ଲା ପଦ୍ମପୁର ବିଦ୍ୟୁତ୍ ଟାଟା ପାୱର କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିତିବା ଜଣାପଡଇଛି । ନୂତନ ବିଦ୍ୟୁତ ସଂଯୋଗୀକରଣ ପାଇଁ ସେ ଲାଞ୍ଚ ନେଉଥିବା ଜଣାପଡିଛି ।

ସୂଚନା ଅନୁସାରେ ନୂତନ ବିଦ୍ୟୁତ୍‌ ସଂଯୋଗୀକରଣ ପାଇଁ ଜଣେ ଉପଭୋକ୍ତାଙ୍କୁ କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ସମ୍ପର୍କରେ ବ୍ୟକ୍ତି ଜଣକ ଭିଜିଲାନ୍ସ ବିଭାଗରେ ଜଣାଇଥିଲେ । କନିଷ୍ଠ ଯନ୍ତ୍ରୀ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ରହିଥିବା ଭିଜିଲାନ୍ସ ଟିମ୍ ମାଡି ବସିଥିଲେ । ଭିଜିଲାନ୍ସ ଟିମ୍ ତାଙ୍କ ଠାରୁ ୧୦ ହଜାର ଟଙ୍କା ଜବତ କରିଛି ।

Leave A Reply

Your email address will not be published.