jsm

ଭିକ୍ଷା ବୃତ୍ତିରୁ ନିବୃତ ରହି ସ୍ୱାବଲମ୍ବୀ ହେବାର ନିଆରା ବାର୍ତ୍ତା ଦେଲା ସଂକଳ୍ପ ପରିବାର

csstore

ବରଗଡ଼, (ନିରୋଜ କୁମାର ପାଣୀ) : ଭିକ୍ଷା ବୃତ୍ତି କରି ଜୀବନ କାଟୁଥିବା ଅସହାୟ ବିକଳାଙ୍ଗ ବୃଦ୍ଧଙ୍କୁ ସ୍ୱାବଲମ୍ବୀ କରିବାର ପ୍ରୟାସ କଲା ସ୍ୱେଚ୍ଛାସେବୀ ସଙ୍ଗଠନ ସଂକଳ୍ପ ପରିବାର । ବରଗଡ଼ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ଚଣ୍ଡୀପାଲି ଗ୍ରାମର ଜଣେ ବିକଳାଙ୍ଗ ବୃଦ୍ଧ ପେଟପାଟଣା ପାଇଁ ବହୁ କଷ୍ଟରେ ଗାଁ ଗାଁ ଯାଇ ବିଭିନ୍ନ ଯାତ୍ରାମାନଙ୍କରେ ଭିକ୍ଷା ସଂଗ୍ରହ କରି ଗୁଜୁରାଣ ମେଣ୍ଟାଉଥିବା ଦେଖି ସଂକଳ୍ପ ପରିବାର ଉକ୍ତ ବିକଳାଙ୍ଗ ବୃଦ୍ଧଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲା । ବିକଳାଙ୍ଗ ବୃଦ୍ଧଙ୍କ ପରିବାର କହିଲେ ଘରେ କେବଳ ତାଙ୍କର ବୃଦ୍ଧା ପତ୍ନୀଙ୍କୁ ଛାଡିଦେଲେ ତାଙ୍କର ଆଉ କେହି ନିଜର ନାହାନ୍ତି । ବୟସର ଅପରାହ୍ନରେ ଭିକ୍ଷା ବୃତ୍ତି ପାଇଁ ମଧ୍ୟ ସଂଘର୍ଷ କରୁଥିବା ଏହି ବିକଳାଙ୍ଗ ବୃଦ୍ଧଙ୍କ ଅବସ୍ଥା ଦେଖି ସଂକଳ୍ପ ପରିବାର ଉକ୍ତ ବୃଦ୍ଧଙ୍କ ପାଇଁ ପ୍ରଥମେ ବିକଳାଙ୍ଗ ପ୍ରମାଣ ପତ୍ର କରାଇଥିଲା ଓ ପରେ ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡାଙ୍କ ସହାୟତାରେ ଏକ ଟ୍ରାଇ ସାଇକେଲ ପ୍ରଦାନ କାରାଯାଇଥିଲା ଏବଂ ଉକ୍ତ ବୃଦ୍ଧଙ୍କୁ ସ୍ୱାବଲମ୍ବୀ କରିବାକୁ କିଛି ବେଲୁନ ଯୋଗେଇ ଦିଆଯାଇଥିଲା । ବିଭିନ୍ନ ଯାତ୍ରାକୁ ଯାଇ ସେ ପୂର୍ବ ପରି ଆଉ ଭିକ୍ଷା ନ ମାଗି ଏହି ବେଲୁନ ବିକ୍ରି କରି ନିଜର ପରିବାର ପୋଷଣ କରିବେ ବୋଲି କହିଥିଲେ ସଂକଲ୍ପ ପରିବାରର ବିକାଶ ଅଗ୍ରୱାଲ । ତେବେ ଆଜି ବରଗଡ଼ ବ୍ଲକ କାର୍ଯ୍ୟାଳୟରେ ଟ୍ରାଇ ସାଇକେଲ ପ୍ରଦାନ କରିବା ପରେ ଉମେଶ ପଣ୍ଡା ଉକ୍ତ ବୃଦ୍ଧଙ୍କଠାରୁ ପ୍ରଥମେ ବେଲୁନ କ୍ରୟ କରି ବେଲୁନ ବିକ୍ରିର ଶୁଭାରମ୍ଭ କରି ବୃଦ୍ଧଙ୍କୁ ସ୍ୱାବଲମ୍ବୀ ହେବାରେ ଉତ୍ସାହିତ କରିଥିଲେ ।

yuvodaya
Leave A Reply

Your email address will not be published.