ସୁର୍ଜିମୁଣ୍ଡାରେ ବ୍ୟାପିଲା ଡାଇରିଆ : ୨୮ ଆକ୍ରାନ୍ତ

ତରଭା : ଗତ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍‌ ଦୁବୁଲା ପଞ୍ଚାୟତ ଅନ୍ତର୍ଗତ ସୁର୍ଜିମୁଣ୍ଡା (ସୂର୍ଯ୍ୟମୁଣ୍ଡା) ଗ୍ରାମରେ ଡାଇରିଆ ବ୍ୟାପିବାରେ ଲାଗିଛି । ଏଥିରେ ଅନେକ ଲୋକ ଆକ୍ରାନ୍ତ ହେବାର ସୂଚନା ମିଳିଛି । ଗତ ୨୨ ତାରିଖରେ ପ୍ରଥମେ ୩ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବାରୁ ସେମାନଙ୍କୁ ହସ୍‌ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା । କିନ୍ତୁ ତା’ ପରଠାରୁ ଲଗାତାର ପ୍ରତି ଦିନ କିଛି ଲୋକ ଡାଇରିଆରେ ଆକ୍ରାନ୍ତ ହେବା ଯୋଗୁଁ ଏକ ମେଡିକାଲ ଟିମ୍ ଉକ୍ତ ଗ୍ରାମକୁ ପଠାଯାଇଥିଲା ।

Leave A Reply

Your email address will not be published.