ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା‌ ଅଭିଯୋଗ : ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ

ଜଟଣୀ : ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଜଟଣୀ ଥାନା କୁଶୁମାଟି ଗାଁରୁ ମିଳିଛି ଏହି ମୃତଦେହ । ସୂଚନା ଅନୁସାରେ ମୃତକ ଜଣକ ହେଲେ ଝୁନା ମହାନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଝିଅକୁ ହତ୍ୟା କରାଯାଇଥିବା ବାପ ଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ସ୍ୱାମୀ ସିଦ୍ଧାର୍ଥ ପରିଡାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଜଟଣୀ ପୋଲିସ । ଯୌତୁକ ପାଇଁ ହତ୍ୟା କରାଯିବା ନେଇ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ ।

Leave A Reply

Your email address will not be published.