ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ମହାବିରୋଡ ଫାଣ୍ଡି ପଙ୍ଗାତିରା ଗୋଡ଼ି ସାହିରେ ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଶ୍ୱଶୁରଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଗୋଡ଼ି ସାହି ଗ୍ରାମର ପର୍ଶୁରାମ ବାରିକ(୬୦)ଙ୍କୁ ତାଙ୍କ ଜ୍ୱାଇଁ ରମଣ ବେହେରା ଗତକାଲି ରାତିରେ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଆହତ ପର୍ଶୁରାମଙ୍କୁ ପରଜଙ୍ଗ ମେଡିକାଲ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି, ତାହା ଜଣାପଡ଼ିନାହିଁ । ମହାବିରୋଡ ଫାଣ୍ଡି ଅଧିକାରୀ ପ୍ରଦୀପରଂଜନ ପାତ୍ର ଏହାର ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.