ହାତୀ ମୃତଦେହ ଠାବ

ଭଞ୍ଜନଗର : ଉତ୍ତର ଘୁମୁସର ଜଗନ୍ନାଥ ପ୍ରସାଦ ରେଞ୍ଜ ଅଧିନସ୍ଥ ତାମନାଡ ଗ୍ରାମ ନିକଟ ପାହାଡ଼ ପାଖରେ ଏକ ଦନ୍ତା ହାତୀର ମୃତଦେହ ଠାବ କରିଛି ବନ ବିଭାଗ । ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ବନ ବିଭାଗର ରେଞ୍ଜର ଓ ଡିଏଫଓ ପହଞ୍ଚି ତଦନ୍ତ କରୁଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୭ ତାରିଖରେ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଦରପଙ୍ଗିଆ ଜଙ୍ଗଲରେ ଏକ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଠାବ ହୋଇଥିଲା ।

Leave A Reply

Your email address will not be published.