ମରୁଡି ସହାୟତା ଦାବୀରେ ଆସନ୍ତା ୨୬ ତାରିଖ ରାସ୍ତା ରୋକ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକର ୫ଟି ପଂଚାୟତର ଚାଷୀ ମରୁଡି ସହାୟତା ଦାବୀରେ ଆସନ୍ତା ୨୬ ତାରିଖରେ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏ ସଂପର୍କରେ ବଲାଙ୍ଗିର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଂକୁ ଲିଖିତ ଭାବେ ଅବଗତ କରାଯାଇଥିବା ଜଣାପଡିଛି । ପ୍ରକାଶ ଯେ, ବ୍ଲକର ଝରଣିପାଲୀ, ନୂନିଆପାଲୀ, ବଡ ଟିକା, ନଅଗାଁ(ଖ) ବେନ୍ଦ୍ରା ପଂଚାୟତର ଚାଷୀମାନେ ଗତବର୍ଷ ମରୁଡିର ଶିକାର ହୋଇଥିଲେ । ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିଲେ ସୁଦ୍ଧା ପାରପ୍ୟ ପାଇ ନାହାନ୍ତି । ଏଣୁ ଚଳିତ ୧୬-୭-୨୨ତାରିଖ ସୁଦ୍ଧା ବିନା ରାଶି ନ ମିଳିଲେ ଚାଷୀ ୧୭-୭-୨୨ତାରିଖ ଆନ୍ଦୋଳନ କରିବେ ବୋଲି ଘୋଷଣା କରିଥିଲେ । ଗତ ୧୭ତାରିଖ ଆନ୍ଦୋଳନକୁ ସ୍ଥଗିତ ରଖି ଆସନ୍ତା ୨୬ ତାରିଖ ଧାର୍ଯ୍ୟ କରାଯାଇଛି ବୋଲି ଚାଷୀ ସଂଗଠନ ଏକ ପ୍ରେସ୍‌ ବିବ୍ରୁତ୍ତିରେ ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!