jayashree

ସିନାପାଲିରେ ଗାୟତ୍ରୀ ପରିବାରର ଉପଜୋନ୍‌ସ୍ତରୀୟ ବୈଠକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଉଗ୍ରେସନ୍ ଭବନଠାରେ ସୋମବାର ଗାୟତ୍ରୀ ପରିବାରର ଉପଜୋନ୍‌ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ହରିଦ୍ୱାର ଶାନ୍ତିକୁଞ୍ଜର ପ୍ରତିନିଧି କେଦାର ପ୍ରସାଦ ଦୂବେ, ରବିଂଦ୍ର ଗୌଡ଼, ଓଡ଼ିଶା ପ୍ରଭାରି ଶେଷଦେବ ବଢ଼େଇ, ଉପଜୋନ୍‌ ସଭାପତି କେତନ ସିଂହ ବାରିକ, ନୂଆପଡ଼ା ଜିଲ୍ଲା ସଭାପତି ଜୟରାମ ଶବର ଓ ବଲାଙ୍ଗିର ପ୍ରତିନିଧି ସତ୍ୟନାରାୟଣ ଗୁପ୍ତା ପ୍ରମୁଖ ମଂଚାସୀନ ରହିଥିଲେ । ସିନାପାଲି ଶକ୍ତିପୀଠର ବରିଷ୍ଠ ସଦସ୍ୟ ପୂର୍ଣ୍ଣଚଂଦ୍ର ମେହେର ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ତରୁଣ କୁମାର ମେହେର ବୈଠକ ପରିଚାଳନା କରିଥିଲେ । ଆଗାମୀ ଜାନୁଆରୀରେ ସିନାପାଲିଠାରେ ହେବାକୁ ଥିବା ‘ନାରୀ ସଶକ୍ତିକରଣ ଶ୍ରଦ୍ଧା ସମ୍ୱର୍ଦ୍ଧନା ଓ ୨୫୧ କୁଣ୍ତିୟ ଗାୟତ୍ରୀ ମହାଯଜ୍ଞ ଏବଂ ସଂସ୍କାର ମହୋତ୍ସବ’ ବିଷୟରେ ବୈଠକରେ ବିଶଦ ଆଲୋଚନା ହେବା ସହ ଏହାର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ବୈଠକରେ ତ୍ରିନାଥ ମେହେର ଓ କେଶବ ମେହେର ସଙ୍ଗୀତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବୈଠକ ସଫଳତାରେ ହିରାଲାଲ ଅଗ୍ରୱାଲ, ଶ୍ରୀକାନ୍ତ ମେହେର, ଶୈଲେସ ଅଗ୍ରୱାଲ, ସନ୍ତୋଷ ନାଏକ, ଜଗବନ୍ଧୁ ମେହେର, ରାଜୁ ଅଗ୍ରୱାଲ, ମୁନେଶ ଅଗ୍ରୱାଲ, ଡମ୍ୱରୁଧର ମେହେର, ସତପାଳ ଅଗ୍ରୱାଲ, ମଧୁ ପାତ୍ର, ଅଗସ୍ତି ମେହେର, ବିରଂଚି ବେହେରା, କୁଲେଶ ଦେୱାଙ୍ଗନ, ଜିତେନ ମେହେର ପ୍ରମୁଖ ସହଯୋଗ କରିଥିଲେ । ବୈଠକରେ ନୂଆପଡ଼ା, କଳାହାଣ୍ତି ଓ ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାରର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

Leave A Reply

Your email address will not be published.