jsm

ପୂଜ୍ୟପୂଜା ସେବା ସଂଗଠନର କର୍ମକର୍ତ୍ତା ନିର୍ବାଚନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନର ଦୁଇ ବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିରଠାରେ ଶିକ୍ଷାବିତ୍‌ କପିଳ ପତିଙ୍କ ଅଧ୍ୟକ୍ଷତାରେ ତଥା ଉପଦେଷ୍ଟା ରଘୁନାଥ ମିଶ୍ର ଓ ଧର୍ମବ୍ରତ ରଥଙ୍କ ପର୍ଯ୍ୟବେକ୍ଷକତାରେ ଅନୁଷ୍ଠିତ ହୋଇଯାଇଛି । କେଶବ ଚରଣ ମିଶ୍ର ସଭାପତି, କସ୍ତୁରୀ ରଥ ଉପସଭାପତି, ମଧୁ ସାହୁ ସଂପାଦକ, ମଦନ ମୋହନ ରଥ ପରିଚାଳନା ସଂପାଦକ, ସୁନାଧର ବନଛୋର ସହ ସଂପାଦକ, ଚୁଡେନ୍ଦ୍ର କୁମାର ବେହେରା କୋଷାଧ୍ୟକ୍ଷ, ଦୁର୍ଗା ଚରଣ ସାହୁ କାର୍ଯ୍ୟକ୍ରମ ପ୍ରସାରଣ ସଂଯୋଜକ ଭାବେ ସର୍ବସମ୍ମତି କ୍ରମେ ମନୋନିତ ହୋଇଥିଲେ । ସେହିପରି କାର୍ଯ୍ୟକାରୀ କମିଟିକୁ ସର୍ବଶ୍ରୀ ରତ୍ନମୟ ତ୍ରିପାଠୀ, ଡା. ଅଶୋକ କୁମାର ସେଠୀ, ଧିରେନ୍ଦ୍ର ନାରାୟଣ ସିଂହଦେଓ, ଶୁଭେନ୍ଦ୍ର ନେପାକ, ହୃଷିକେଶ ପୁରୋହିତ, ନିହାରିକା ମିଶ୍ର, କବିତା ମିଶ୍ର, ତପସ୍ୱିନୀ ପଶାୟତ, ଅରୁଣ କୁମାର ଖୁଆସ ଓ ମାଳତୀ ଉଦ୍‌ଗାତା ମନୋନିତ ହୋଇଥିଲେ । ଉପଦେଷ୍ଟା କମିଟିରେ ଡା. ଜ୍ୟୋସ୍ନାମୟୀ ମହାପାତ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ରଘୁନାଥ ମିଶ୍ର, ନିଳମଣୀ ମିଶ୍ର, ଧର୍ମବ୍ରତ ରଥ, କପିଳ ପତି ଓ ଜୟରାମ ମିଶ୍ର । ଶେଷରେ ରତ୍ନମୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.