ପ୍ରବଳ ବର୍ଷାରେ ଭାଙ୍ଗିଲା ପୁରୁଣା ତେନ୍ତୁଲି ଗଛ, ପାଢେଲରୁ ପାଟଣାଗଡ଼ ରାସ୍ତା ଅବରୋଧ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ବ୍ଲକ ପାଢେଲ ଗାଁ ମଧ୍ୟ ଦେଇ ଯାଇଥିବା ରାସ୍ତାରେ ଏକ ପୁରୁଣା ତେନ୍ତୁଲି ଗଛ ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗି ପଡିଛି । ବୃକ୍ଷ ଭାଙ୍ଗି ପଡିଥିବାରୁ ପାଢେଲରୁ ପାଟଣାଗଡ଼ ଯିବା ରାସ୍ତା ଅବରୋଧ ହୋଇଛି । ସେହି ରାସ୍ତା ଦେଇ ଯାଆ ଆସ କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏଥିସହ ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଛି । ସୂଚନା ଅନୁସାରେ, ଗତ ଦୁଇ ଦିନ ହେବ ବଲାଙ୍ଗିର ଜିଲ୍ଲା ସହ ପାଟଣାଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି । ପୁରୁଣା ଗଛଟି ଦୁର୍ବଳ ହୋଇ ପଡିଥିବାରୁ ପ୍ରବଳ ବର୍ଷା ଯୋଗୁଁ ବୃକ୍ଷଟି ଟଲି ପଡିଥିବା ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି । ବୃକ୍ଷ ପଡିବା ସମୟରେ ଆଖପାଖରେ କେହି ନଥିବାରୁ କାହର କ୍ଷୟ କ୍ଷତି ହୋଇ ନଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଭାଙ୍ଗି ଥିବା ବୃକ୍ଷକୁ କାଟିବା ସହ ରାସ୍ତାରୁ ହଟାଇବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ସହଯୋଗର ହାତ ବଢାଇଥିବା ଜଣାପଡିଛି ।

Leave A Reply

Your email address will not be published.