ବଣିବକ୍ରେଶ୍ଵର ଦେବ ପୀଠରେ ବୃକ୍ଷ ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବଣିବକ୍ରେଶ୍ଵର ଉନ୍ନୟନ କମିଟି ପକ୍ଷରୁ ବାବା ବଣିବକ୍ରେଶ୍ଵର ଦେବ ପୀଠ ସ୍ଥଳି, କୂଆପଦାଠାରେ ଆଜି ପବିତ୍ର କର୍କଟ ସଂକ୍ରାନ୍ତି ରବିବାର ଅପରାହ୍ନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବନାଞ୍ଚଳ ଅଧିକାରୀ ସାନ୍ତାନୁ କୁମାର ଦଳେଇ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ମହାନ କାର୍ଯ୍ୟକ୍ରମରେ କମିଟି ସଦସ୍ୟମାନେ ଗଙ୍ଗାଧର ନିଶଙ୍କ, ମହେନ୍ଦ୍ର ହରିଚନ୍ଦନ, ଲଲାଟ ପାଇକରାୟ, ସର୍ବେଶ୍ୱର ପାତ୍ର, କାହ୍ନୁଚରଣ ଜୟସିଂ, ଲାଳେନ୍ଦ୍ର ଜେନା ଓ ବିଭୂତି ଭୂଷଣ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ । ବନାଞ୍ଚଳ ଅଧିକାରୀ ଶ୍ରୀ ଦଳେଇ ସମସ୍ତ କମିଟି ସଦସ୍ୟଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.