ଖରିଫ୍ ଧାନ ସଂଗ୍ରହ ପାଇଁ ନୂତନ ପଞ୍ଜିକରଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଖରିଫ୍ ଋତୁରେ ଧାନ ସଂଗ୍ରହ ପାଇଁ ଚଳିତ ବର୍ଷ ନବୀକରଣ ପଦ୍ଧତିକୁ ସରକାର ଉଚ୍ଛେଦ କରିବା ସହ ଚାଷୀ ନୂତନ ଭାବେ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ଏଥିପାଇଁ ଚଳିତ ମାସ ୧୫ ତାରିଖରୁ ନୂତନ ନାମ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ଆସନ୍ତା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପଞ୍ଜିକରଣ ଚାଷୀମାନେ ନିଜ ସମିତି ଗୁଡ଼ିକରେ କରିବାକୁ ସୂଚିତ କରାଯାଇଛି । ଏଥିପାଇଁ ଚାଷୀ ଆବଶ୍ୟକ ଫର୍ମ https://t.co/INIwcCR2eYରେ ପାଇପାରିବେ ଓ ହେଲ୍ପଲାଇନ ନମ୍ୱର ୧୯୬୭ ସବିଶେଷ ତଥ୍ୟ ଜାଣିପାରିବେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟରେ ଆସନ୍ତା ଖରିଫ୍ ଧାନ ସଂଗ୍ରହ ୧-୧୧-୨୦୨୨ରୁ ୩୧-୦୩-୨୦୨୩ ମଧ୍ୟରେ ପରିଚାଳିତ ହେବ । ଏହି ଅବଧି ମଧ୍ୟରେ ଜିଲ୍ଲା ଗୁଡ଼ିକରେ ସେମାନଙ୍କର ଫସଲ ଅମଳ ସମୟକୁ ଦୃଷ୍ଟିରେ ରଖି ଖରିଫ୍ ଧାନ କ୍ରୟ କାର୍ଯ୍ୟ ସମ୍ପାଦନ କରିବାକୁ ସରକାରୀ ଭାବେ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

Leave A Reply

Your email address will not be published.