jsm

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

csstore

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ତିଳଯୋଡି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ମିଳିତ ଉଦ୍ୟମରେ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ତିଳଯୋଡି ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଫରେଷ୍ଟ ଅଫିସର ସେକ୍ସନ ଅଫିସର ଦେବରାଜ ଛତ୍ରିଆ, କଳାହାଣ୍ଡି ଜିଲ୍ଲା ଆମ ଜଙ୍ଗଲ ଯୋଜନା ଜିଲ୍ଲା ସଂଯୋଜକ ତ୍ରିଶାନ୍ତ ତ୍ରିପାଠୀ, ପୂର୍ବତନ ବିଜ୍ଞାନ ଶିକ୍ଷକ ଦେବାନନ୍ଦ ବାଗ, ଗଣ୍ଡାବାରଝୋଲା ସରପଞ୍ଚ ମୁରଲୀ ପ୍ରଧାନ, ତିଳଯୋଡି ହାଇସ୍କୁଲ ପ୍ରଧାନ ଶିକ୍ଷକ ବିଜୟାନନ୍ଦା ହୋତା ପ୍ରମୁଖ ଯୋଗଦେଇ ଉପସ୍ଥିତି ସମସ୍ତ ଛାତ୍ର/ଛାତ୍ରୀଙ୍କୁ ଗଛର ଉପକାରିତା ବିଷୟରେ ବୁଝାଇଥିଲେ । ଛାତ୍ର ମାନେ ହିଁ ପରିବେଶ ପ୍ରତି ଆଗ୍ରହ ହୋଇ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ଅତିଥିମାନେ ମତ ପ୍ରକାଶ କରିଥିଲେ । ପରେ ସମସ୍ତ ଛାତ୍ର/ଛାତ୍ରୀଙ୍କ ଉପସ୍ଥିତିରେ ସ୍କୁଲ ପରିସରରେ ପିଜୁଳି ଗଛ, ଗମ୍ଭାରୀ, କରନ ଚାରା ରୋପଣ କରାଯାଇଥିଲା । ଆଗାମୀ ଦିନରେ ସ୍କୁଲ ଆଉ ନେହେରୁ ଯୁବକେନ୍ଦ୍ର ମିଳିତ ସହଯୋଗରେ ସ୍କୁଲର ଖେଳ ପଡିଆ, ରାସ୍ତାରେ ଗଛ ଲଗାଇବା ପାଇଁ ସ୍କୁଲ ପ୍ରଧାନ ଶିକ୍ଷକ କହିଛନ୍ତି । ଆଜିର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ସ୍ବେଛାସେବୀ ଯଶୋବନ୍ତ ରଣା, ଅଭିଷେକ ବେହେରା ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ସ୍କୁଲର ଶିକ୍ଷକ ବିଶ୍ୱଜିତ ନାୟକ, ଶିକ୍ଷୟତ୍ରୀ ପ୍ରୀତି ମିଶ୍ରା, ପୂର୍ଣ୍ଣିମା ସାହୁ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.