ବହୁ ଚର୍ଚ୍ଚିତ ଜରାସିଂହା ବୁଢୀଆଈ ଯାତ୍ରା ଆରମ୍ଭ

  • ଗୋରସରୁକା ପର୍ବ ଶେଷ, ଆଜି ସେରନିବଟା
  • ବୁଧବାର ବୁଢୀଆଈ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : କେବଳ ଜରାସିଂହା ନୁହେଁ ଦେଓଗାଁ ବ୍ଲକର ବହୁ ପ୍ରସିଦ୍ଧ ବୁଢୀଆଈ ଯାତ୍ରା ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଆଶାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଥିବା ଗୋରସ ରୋକା ପର୍ବ ସୋମବାର ଦିନ ଅନୁ‌ଷ୍ଠିତ ହୋଇଯାଇଛି । ଜରାସିଂହା ଗାଁର ସମସ୍ତ ଶ୍ରଦ୍ଧାଳୁଙ୍କ ଘରୁ ଗୋରସ ଆଣିବା ପରେ ବୁଢୀଆଈ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥାଏ । ମଙ୍ଗଳବାର ଦିନ ସେରନିବଟା ପର୍ବ ପାଳିତ ହେବାକୁ ଥିବା ବେଳେ ବୁଧବାର ଦିନ ବୁଢୀଆଈ ଯାତ୍ରା ଅନୁ‌ଷ୍ଠିତ ହେବ । ଏଥିପାଇଁ ବୁଢୀଢ଼ିଆଈ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ପ୍ରତିବର୍ଷ ଆଶାଢ଼ ଶୁକ୍ଳ ପକ୍ଷ ଚତୁର୍ଦଶୀ ତିଥୀରେ ସେରନିବଟା ପୂଜା ହେବା ସହ ସମସ୍ତ ଦେହେଲିଆଙ୍କୁ ଲାଟ ବଣ୍ଟା ଯିବ ବୋଲି ଜଣାପଡିଛି । ପୂର୍ଣ୍ଣମୀ ତିଥୀରେ ବହୁ ପ୍ରତୀକ୍ଷିତ କୃଷି ଭିତ୍ତିକ ପର୍ବ ବୁଢୀଆଈ ଯାତ୍ରା ବା କାଦୋଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରତିବର୍ଷ ବଲାଙ୍ଗିର ଜିଳ୍ଲା ତଥା ପଡ଼ୋଶୀ ଜିଲ୍ଲାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଥାଏ । ଯେହେତୁ ଏହା କୃଷି ଭିତ୍ତିକ ପର୍ବ ଓ ଏହି ପର୍ବରେ ବର୍ଷା ଓ ଚାଷକୁ ନେଇ ଆକଳନ କରାଯିବାର ପରଂପରା ରହିଛି, ତେଣୁ ବହୁ ଜନ ସମାଗମ ହୋଇଥାଏ ।

Leave A Reply

Your email address will not be published.