ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ାର କାର୍ଯ୍ୟରତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ନାଁରେ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଥିବା ଜଣାପଡ଼ିଛି । ଦୁଷ୍ମନ୍ତଙ୍କ ପୈତୃକ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । ସୂଚନା ଅନୁଯାୟୀ ନିମାପଡ଼ା, ଭୁବନେଶ୍ୱର, ଢେଙ୍କାନାଳରେ ଥିବା ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ତାହା ସହ ଶ୍ୱଶୁରଘର ଓ ଫାର୍ମ ହାଉସରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଟିକ୍‌ନିଖ୍‌ କରି ଯାଞ୍ଚ କରିଛି । ଏହି ଚଢ଼ାଉରେ ଭିଜିଲାନ୍ସର ବହୁ ଅଧିକାରୀ ସାମିଲ ହୋଇଛନ୍ତି । ଏଯାଏଁ କେତେ ପରିମାଣର ସମ୍ପତ୍ତି ଠାବ କରାଗଲାଣି ତାହା ଜଣାପଡ଼ିନାହିଁ ।

Leave A Reply

Your email address will not be published.