ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିଶ୍ରା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣକ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ରାଉରକେଲା ସହର ବିଶ୍ରା ଛକରେ ଜଣେ ମହିଳାଙ୍କୁ ଏକ ବସ ଧକ୍କା ଦେବା ପରେ ଘୋଷାଡି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିିଁ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ କୁଆଁରମୁଣ୍ଡା ଅଞ୍ଚଳର ମିନତୀ ଦାସ ବୋଲି ଜଣାପଡିଛି । ମୃତଦେହ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି ପୋଲିସ । ଦୁର୍ଘଟଣା ଘଟାଇଥିବା ବସ୍‌କୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.