jsm

କଂଗ୍ରେସ ନେତାଙ୍କ ଉପରେ ଦଳ ଭାଙ୍ଗିବା ଅଭିଯୋଗ : ମାଇକେଲ ଲୋବୋଙ୍କୁ ପଦରୁ ହଟାଗଲା

csstore

ଗୋଆ : ଗୋଆ କଂଗ୍ରେସର ଦାୟିତ୍ୱରେ ଥିବା ଦୀନେଶ ଗୁଣ୍ଡୁ ରାଓ ରବିବାର ଦିନ ଏକ ବଡ଼ ଖୁଲାସା କରି କହିଛନ୍ତି ଯେ, ଆମର କିଛି ନେତା ଦଳ ଭାଙ୍ଗିବାରେ ନିୟୋଜିତ ଅଛନ୍ତି ଏବଂ ସେମାନଙ୍କ ସହ ଆଉ କିଛି ବିଧାୟକଙ୍କୁ ଏଦିଗରେ ଉତ୍ସାହିତ କରୁଛନ୍ତି । ସେ କହିଛନ୍ତି, କଂଗ୍ରେସର ଗୋଆ ୟୁନିଟ୍ ନେତା ମାଇକେଲ ଲୋବୋ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ବିଜେପି ସହ ମିଶି ଦଳ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଏହା ପରେ କଂଗ୍ରେସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାଇକେଲ ଲୋବୋଙ୍କୁ ବିରୋଧୀ ଦଳର ନେତା ପଦରୁ ହଟାଇ ଦେଇଛି ଏବଂ ଦିଗମ୍ବର କାମତଙ୍କୁ ମଧ୍ୟ ଦଳରୁ ବହିଷ୍କାର କରିଛି । ୬ ରୁ ୧୦ ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି । କଂଗ୍ରେସ ଦାୟିତ୍ୱରେ ଥିବା ପ୍ରମୁଖ ନେତା କହିଛନ୍ତି ଯେ, ବର୍ତ୍ତମାନ ତାଙ୍କ ସହିତ ୫ ଜଣ ବିଧାୟକ ଅଛନ୍ତି ।

yuvodaya
Leave A Reply

Your email address will not be published.