ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲଦାର ଓ ଅମିନ

କରଞ୍ଜିଆ : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାଜସ୍ବ ବିଭାଗର ଦୁଇ ଜଣ କର୍ମଚାରୀ । ଦୁଇ କର୍ମଚାରୀ ହେଉଛନ୍ତି ମୟୁରଭଞ୍ଜ ଜିଲା ରରୁଆଁ ତହସିଲଦାର ସତ୍ୟସୁନ୍ଦର ରାଉତ ଓ ଅମିନ କମଳ ଲୋଚନ ପାତ୍ର ।

ମିଳିଥିବା ସୂଚନା ଅନୁସାରେ, ତହସିଲଦାର ସତ୍ୟସୁନ୍ଦର ରାଉତ ଅଭିଯୋଗକାରୀଙ୍କ ଜମିର କିସମ ପରିବର୍ତ୍ତନ ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବରୁ ଅଭିଯୋଗକାରୀ ୨୫ ହଜାର ଟଙ୍କା ଦେଇ ସାରିଥିବା ବେଳେ ଏନେଇ ଭିଜିଲାନ୍ସକୁ ଅବଗତ କରିଥିଲେ । ଆଜି ଅଭିଯୋଗକାରୀଙ୍କଠାରୁ ତହସିଲଦାର ଶ୍ରୀ ରାଉତ ବାକି ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ କର୍ମଚାରୀମାନେ ମାଡ଼ି ବସିଥିଲେ । ଏହି ଲାଞ୍ଚ କାରବାର ସହିତ ଅମିନ କମଳ ଲୋଚନ ପାତ୍ର ମଧ୍ୟ ସଂପୃକ୍ତ ଥିବାରୁ ସେ ମଧ୍ୟ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଭିଜିଲାନ୍ସ ପକ୍ଷରୁ ସତ୍ୟସୁନ୍ଦର ରାଉତଙ୍କ ୪ଟି ସ୍ଥାନରେ ଓ କମଳ ଲୋଚନ ପାତ୍ରଙ୍କ ଗୋଟିଏ ସ୍ଥାନରେ ଚଢ଼ାଉ ଜାରି ରହିଛି ।

Leave A Reply

Your email address will not be published.