ଜମି କେଳେଙ୍କାରୀ ମାମଲା : ଗିରଫ୍‌ ହେଲେଣି ୫ ଜଣ, ତା’ପରେ କାହାର ପାଳି ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧୁମାମରା ଜମି କେଳେଙ୍କାରୀ ମାମଲାକୁ ନେଇ ଏବେ ଉଠୁଛି ପଡ଼ୁଛି ସହର । ଏଯାଏଁ ୫ ଜଣ ଅଭିଯୁକ୍ତ ଗିରଫ୍‌ ହୋଇ ସାରିଥିବା ବେଳେ ତା’ପରେ କାହାର ପାଳି ବୋଲି ହାଟରେ ବାଟରେ ଚର୍ଚ୍ଚା ଜୋର୍‌ ଧରିଛି । ତତ୍‌କାଳୀନ ସବ୍‌ରେଜିଷ୍ଟ୍ରାର ଅଫିସର ବରିଷ୍ଠ କିରାଣୀ ଦୀପକ ବାଗକୁ ଗତକାଲି ପୋଲିସ କାବୁ କରି କୋର୍ଟ ଚାଲାଣ କରି ସାରିଥିବା ବେଳେ ଏବେ ଆଉ ୪ ଜଣ ଗିରଫ୍‌ ହେବାକୁ ବାକି ରହିଥିବା କୁହାଯାଉଛି । ଏହି ମାମଲାରେ ପୋଲିସ ଆହୁରି ସଂପୃକ୍ତି ରହିଥିବା ଦିଗରେ ମଧ୍ୟ ଜବର୍‌ଦସ୍ତ ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଖୋଦ୍‌ ତହସିଲ୍‌ଦାର ଏବେ ପୋଲିସ ହାତକୁ ଆସି ନଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି । ଯେଉଁମାନେ ବି ଏହି ମାମଲାରେ ସଂପୃକ୍ତ ଅଛନ୍ତି, ସମସ୍ତଙ୍କୁ ଗିରଫ୍‌ କରାଯିବ ବୋଲି ଏସ୍‌ଡ଼ିପିଓ ତୋଫାନ୍‌ ବାଗ ମତ ଦେଇଛନ୍ତି । ତେବେ ଏହାପରେ କାହାର ପାଳି ବୋଲି ଲୋକେ ଟାକି ବସିଛନ୍ତି ।

Leave A Reply

Your email address will not be published.