jsm

ନୃସିଂହନାଥ ହାଇସ୍କୁଲରେ ବନ ମହୋତ୍ସବ ପାଳିତ

csstore
  • ବୃକ୍ଷ ବଞ୍ଚିଲେ ପରିବେଶ ଓ ମଣିଷ ବଂଚିବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ନୃସିଂହନାଥ ହାଇସ୍କୁଲ ପରିସରରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ଫ୍ଲାଏ କାର୍ଡ ଧରି ଜର୍ଜଗଡ ଗ୍ରାମ ପରିକ୍ରମଣ କରି ସଚେତନତା ବାର୍ତ୍ତା ଓ ଶ୍ଲୋଗାନ ଦେଇଥିଲେ । ଏନେଇ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷୟତ୍ରୀ ମୋହିନୀ ଦଳପତି ଅଧ୍ୟକ୍ଷତା କରି ଥିବା ବେଳେ ମୁଖ୍ୟ ଅତିଥି ପ୍ରକୁତି ବନ୍ଧୁ ବଡ ଶତପଥୀ, ମୁଖ୍ୟବକ୍ତା ଫରେଷ୍ଟର ଲୋକେଶ ଭୋଇ, ସମ୍ମାନିତ ଅତିଥି ପ୍ରକୁତି ବନ୍ଧୁ ବିଭୁତି ମୁଣ୍ତ ଯୋଗ ଦେଇ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣର ଉପକାରିତା ବିଷୟରେ ଆଲୋକପାତ କରିବା ସହ ବୃକ୍ଷ ବଞ୍ଚିଲେ ପରିବେଶ ଓ ମାନବ ସମାଜ ବଂଚିବ ବୋଲି କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ଗଛ ଲଗାଇ ବଞ୍ଚାଇବା ପାଇଁ ଶପଥ ପାଠ କରାଇଥିଲେ । ପରିସରରେ ଅଂଳା, କରଞ୍ଜ, ତେଜପତ୍ର, ଡାଲଚିନି, ଅଶୋକ, ନାଗେଶ୍ୱର ପ୍ରଭୁତି ଔଷଧିୟ ବୃକ୍ଷ ଛାତ୍ରଛାତ୍ରୀମାନେ ଲଗାଇଥିଲେ । ଏହି ବିଦ୍ୟାଳୟକୁ ପୂର୍ବରୁ ୨ଥର ପ୍ରକୁତି ମିତ୍ର ପୁରସ୍କାର ମିଳି ସାରିଛି ବୋଲି ଦୈତାରି ବିଶ୍ୱାଳ କହିଥିଵା ବେଳେ ଶିକ୍ଷକ କେଦାର ନାଥ ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

yuvodaya
Leave A Reply

Your email address will not be published.