ବରପାଲିରେ ନକଲି ନୋଟ୍ ଜବତ,୨ ଗିରଫ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ଥାନା ଅଞ୍ଚଳରୁ ନକଲି ନୋଟ୍ କାରବାର ସଂପର୍କରେ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଖବର ପାଇ ସ୍ଥାନୀୟ ପୋଲିସ ସହାୟତାରେ ଦୁଇ ଜଣକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ତାଙ୍କ ଠାରୁ ୧୪ ଲକ୍ଷ ୨୯ହଜାର ପାଞ୍ଚ ଶହ ଟଙ୍କା ସହ ନୋଟ୍ ଛପା ପ୍ରିଣ୍ଟର ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ୍ କରିଛି । ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଅଭିଯୁକ୍ତ ବରପାଲିର ବଳରାମ ମେହେରଙ୍କ ମୋବାଇଲ ଫୋନକୁ ଟ୍ରାକ କରି ତାକୁ ଧରିବାରେ ସଫଳ ହୋଇଥିଲେ । ଅନ୍ୟ ଅଭିଯୁକ୍ତ ଉତ୍ତର ପ୍ରଦେଶ ଗୋରଖପୁରର ମୂଳ ନିବାସୀ ପପ୍ପୁ ଯାଦବ ନକଲି ନୋଟ୍ କାରବାର ପାଇଁ ଆସିଥିବା ବେଳେ ଧରା ପଡ଼ିଥିଲେ ।

Leave A Reply

Your email address will not be published.