jsm

ବିବାହ ପୂର୍ବରୁ ଉଦ୍ଧାର ହେଲେ ୨ ଜଣ ନାବାଳିକା ଓ ଜଣେ ୨୧ ବର୍ଷରୁ କମ୍‌ ବୟସର ପୁଅ

csstore
  • ଉଦ୍ଧାର ଦୁଇ ଜଣ ନାବାଳିକା ଓ ଜଣେ ପୁଅକୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ଦାଖଲ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପରିପ୍ରେକ୍ଷୀରେ ଜିଲ୍ଲାପ୍ରଶାସନ ତରଫରୁ ବହୁ ବିଧ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ବିନିକା ବ୍ଲକ ଅନ୍ତର୍ଗତ ଜାମପାଲି ଓ ସର୍ଗୁଣା ଗ୍ରାମର ୩ ଜଣ ୧୮ ବର୍ଷରୁ କମ୍‌ ବୟସର ୨ ଜଣ ଝିଅ ଏବଂ ଜଣେ ୨୧ ବର୍ଷରୁ କମ୍‌ ବୟସର ପୁଅଙ୍କ ବିବାହ ହେବାକୁ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ଚାଇଲଡ୍‌ ହେଲ୍ପ ଲାଇନ, ଆଶିଷ କୁମାର ମେହେର, ସେକ୍ଟର ସୁପରଭାଇଜର ସୀତା ମେହେର ପ୍ରମୁଖ ନାବାଳିକାଙ୍କ ଘରକୁ ଯାଇ କିଶୋରୀ ବାଳିକାମାନଙ୍କୁ ୧୮ ବର୍ଷ ଓ କିଶୋର ବାଳକର ବୟସ ୨୧ ବର୍ଷ ପୂରଣନ ହେବା ପର୍ଯ୍ୟନ୍ତ ବିବାହ କରାଇଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ପରିବାର ବର୍ଗଙ୍କୁ ପରାମର୍ଶ ଦେଇଥିଲେ । ବାହାଘର ବନ୍ଦ କରିବା ସଂଗେ ସଂଗେ ୨ ଜଣ ଝିଅ ଓ ଜଣେ ପୁଅଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ଦାଖଲ କରିଥିଲେ । ବର୍ତ୍ତମାନ ଉଦ୍ଧାର ହୋଇଥିବା ଗୋଟିଏ ଝିଅକୁ ସୋନପୁର ସ୍ଵଧାରରେ ଏବଂ ଅନ୍ୟ ଏକ ଝିଅକୁ ଜିଲ୍ଲା ଶିଶୁ ଗୃହରେ ଥଇଥାନ କରାଯାଇଛି । ଝିଅ ଦ୍ବୟଙ୍କୁ ଆଗକୁ ପଢ଼ିବାର ପରାମର୍ଶ ସହ ବୈଷୟିକ ତାଲିମ ଦେବା ନିମନ୍ତେ ଜିଲ୍ଲା ବାଲ୍ୟ ବିବାହ ପରାମର୍ଶଦାତା ଏକ୍ସନ ଏଡ଼ ରାକେଶ ପ୍ରଧାନ ବୁଝାଇଥିଲେ । ଝିଅ ଦ୍ବୟ ୧୮ ବର୍ଷ ପୂରଣ ହେଲେ ହିଁ ବିବାହ କରିବେ ବୋଲି ସହମତି ପ୍ରଦାନ କଲେ ଏବଂ ବୈଷୟିକ ଶିକ୍ଷା ଗ୍ରହଣ କରିବେ ବୋଲି ଝିଅ ଦ୍ବୟଙ୍କ ପିତା ମାତା ମଧ୍ୟ ସହମତି ହେବା ସହ ଝିଅମାନଙ୍କ ୧୮ ବର୍ଷ ପୂରଣ ହେଲା ପରେ ହିଁ ବିବାହ କରାଇବେ ବୋଲି ସହମତି ପ୍ରଦାନ କରିଛନ୍ତି ।

yuvodaya
Leave A Reply

Your email address will not be published.