ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ମହାବିଦ୍ୟାଳୟ ଓ ଶାଶ୍ଵତ ମହାବିଦ୍ୟାଳୟ ଜରାସିଂହାର ମିଳିତ ଆନୁକୁଲ୍ୟରେ କଲେଜ ପରିସରରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଠାରେ ଶାଶ୍ଵତ ମହାବିଦ୍ୟାଳୟ ଅଧ୍ୟକ୍ଷ ପୁରୁଷୋତ୍ତମ ମେହେର ଅଧ୍ୟକ୍ଷତା କରିଥିବା ବେଳେ ଜରାସିଂହା ମହାବିଦ୍ୟାଳୟ ଅଧ୍ୟକ୍ଷ ବସନ୍ତ ମନହିରା ବୃକ୍ଷ ରୋପଣର ଉଦ୍ଦେଶ୍ୟରେ ଗୁରୁତ୍ଵାରୋପ କରିଥିଲେ । ମୁଖ୍ୟ ଅତିଥି ଭାବରେ ପୂର୍ବତନ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଯୋଗଦେଇ ବୃକ୍ଷ ରୋପଣ ଓ ଏହାର ଯତ୍ନ ବିଷୟରେ ସଭାରେ ମାର୍ଗ ଦର୍ଶନ କରିଥିଲେ । ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସୁମତି ସେଠ୍, ସ୍ଥାନୀୟ ସରଫଚ କୁଶମଣି ମେହେର, ପଂଚାୟତ ସମିତି ସଭ୍ୟ ଅମିତ ତ୍ରିପାଠୀ ଓ ଫରେଷ୍ଟର ପିଙ୍କୁ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଓଡିଆ ଅଧ୍ୟାପକ ବିଷ୍ଣୁଚରଣ ସାହୁ ସଭା ସଂଯୋଜନା କରିଥିଲେ । ଉକ୍ତ ସଭାରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅଚ୍ୟୁତ ରାମ ମେହେର, ଅଧ୍ୟାପକ ଜଗଦିଶ ସିଂ ବାବୁ, ସଙ୍ଗିତା ମେହେର, ସଙ୍ଗିତା ପ୍ରଧାନ, ଶୁଭଶ୍ରୀ ସାହୁ, ବ୍ୟାସଦେବ ଦଣ୍ଡସନା, ନିକିତା ବିଶି, ପ୍ରଶାନ୍ତ ଥନାପତି, ନଳିନିକାନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଉଭୟ ମହାବିଦ୍ୟାଳୟର ହାରାହାରି ଦୁଇଶହ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସଭା କାର୍ଯ୍ୟ ସମାପନ ପରେ ସଭାରେ ଉପସ୍ଥିତ ସମସ୍ତ ବ୍ୟକ୍ତି କଲେଜ ପରିସରରେ ଗୋଟିଏ ଗୋଟିଏ ଚାରା ରୋପଣ କରିଥିଲେ । ଶେଷରେ ବାଣିଜ୍ୟ ବିଭାଗ ପ୍ରାଧ୍ୟାପକ ଗୋବିନ୍ଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।