ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ କଲେଜ ଛକ ପାର୍ଶ୍ଵରେ ଶ୍ରୀ ଶ୍ରୀ ଶ୍ରୀ ବାବା ଆଖଣ୍ଡଳମଣି ମନ୍ଦିରର ରତ୍ନମୋଦନ କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବୈଦିକ ବ୍ରାହ୍ମଣ ପଣ୍ଡିତମାନଙ୍କର ମୁଖ ନିଃସୃତ ବେଦ ଧ୍ୱନି ତଥା ଆଚାର୍ଯ୍ୟ ପଣ୍ଡିତ ନୃସିଂହ ଶତପଥୀ ଓ ସାଥୀ ପୁରୋହିତମାନଙ୍କ ପତ୍ୟେକ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସୂଚିତ ପ୍ରକାରେ ଅଙ୍କୁରାରୋପଣ, ବନଜାଗ, ରତ୍ନମୋଦ, ପୂର୍ଣ୍ଣାହୁତି, ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ତତ୍ ସଙ୍ଗେ ସଙ୍ଗେ ସଂକୀର୍ତ୍ତନ ମଣ୍ଡଳୀ ଓ ପୁରୋହିତମାନଙ୍କ ଶ୍ଳୋକ, ବେଦ ମନ୍ତ୍ର କିଛି ସମୟ ପାଇଁ ଉପରୋକ୍ତ ଅଞ୍ଚଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ଆର ନରସିଂହ ରେଡ୍ଡୀ, ଆର ଶ୍ରୀୟା ରେଡ୍ଡୀ ଦାୟିତ୍ୱ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଗ୍ରାମ୍ୟ କମିଟି ସଭାପତି ଆର ସୋମନାଥ ରେଡ୍ଡୀ, ପୂର୍ବତନ ସଭାପତି ଜେ ସୀମାଦ୍ରୀ ପାତ୍ର ଏବଂ ତାରିଣୀ ଚରଣ ପାତ୍ର, ସି ଲକ୍ଷଣ ପାତ୍ର, ସମ୍ପାଦକ ଵି ଦଣ୍ଡପାଣି ପାତ୍ର, କୋଷାଧକ୍ଷ ଜେ ଲୋକନାଥ ପାତ୍ର, ସଭ୍ୟ ଏ ରଘୁନାଥ ପାତ୍ର, ଏସ ସାକିଲ ପାତ୍ର, ଆର ଆଦିକା ରେଡ୍ଡୀ, କେ ଗୋପାଳ ରେଡ୍ଡୀ, ଆର ଶିବା ରେଡ୍ଡୀ, ଏ ମାଧବ ପାତ୍ର, ଏସ ଗଙ୍ଗାଧର ପାତ୍ର, ଏନ ଡମ୍ବରୁଧର ପାତ୍ର, ଶ୍ରମିକ ନେତା ଜେ ଭାସ୍କର ପାତ୍ର, ବି ବନମାଳୀ ପାତ୍ର, ହରି ପାତ୍ର, ବି ଦୀନବନ୍ଧୁ ପାତ୍ର ଏବଂ ମିଞ୍ଚିନି ପାଟଣା ଗ୍ରାମର ଯୁବକ ସଙ୍ଘ ସହଯୋଗ କରିଥିଲେ ।