jsm

କୁନି ଝିଅ ପ୍ରିୟଙ୍କା ସାହୁ ଅଦରକାରୀ କାଗଜରେ ତିଆରି କଲେ ରଥ

csstore

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁନଘୁଟିପାଲି ଗାଁର କୁନି ଝିଅ ପ୍ରିୟଙ୍କା ସାହୁ ଅଦରକାରୀ କାଗଜରେ ତିଆରି କରିଛନ୍ତି କୁନି ରଥ । ମାତ୍ର ୧୫ ସେ.ମି.ର ଏହି ରଥରେ ତିନି ଦିଅଁଙ୍କୁ ସୁନ୍ଦର୍ ଭାବରେ ସଜାଇ ଆସନରେ ବସାଇଛନ୍ତି । ଏହି ରଥକୁ ଦେଖିବା ପାଇଁ ଆଖ ପାଖର ବହୁ ଭକ୍ତ ଦର୍ଶନ ନିମନ୍ତେ ଆସୁଛନ୍ତି ଓ କୁନି ଝିଅର ଏହିପରି କଳାକୃତିକୁ ଭୂରି ଭୂରି ପ୍ରଶଂସା କରୁଛନ୍ତି । ଏହି ରଥକୁ ତିଆରି କରିବା ପାଇଁ ତାଙ୍କୁ ମାତ୍ର ଦୁଇ ଦିନ ଲାଗିଥିବା ସେ କହିଛନ୍ତି । ବାପା ଜଣେ ଚାଷୀ ହୋଇଥିବାରୁ ପୁରୀକୁ ଯାଇ ଝିଅକୁ ରଥ ଦେଖାଇ ପାରିନାହିଁ ତେଣୁ ଝିଅ ବାପା ମା’ଙ୍କ ଇଚ୍ଛା ପୂରଣ କରିବା ସହ ଭଗବାନଙ୍କୁ ନିଜ ପାଖରେ ଅନୁଭବ କରିବା ପାଇଁ ସେ ଏପରି ପ୍ରୟାସ କରିଛନ୍ତି ବୋଲି ସେ କହିଛନ୍ତି ।

yuvodaya
Leave A Reply

Your email address will not be published.