jsm

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

csstore

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୦୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୪ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୫୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୬୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ବାଲେଶ୍ୱରରୁ ୧୭, ଭଦ୍ରକରୁ ୨, କଟକରୁ ୬୪, ଗଜପତିରୁ ୬, ଗଞ୍ଜାମରୁ ୨, ଜଗତସିଂହପୁରରୁ ୫, ଯାଜପୁରରୁ ୪, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୨, କେନ୍ଦ୍ରାପଡାରୁ ୩, ଖୋର୍ଦ୍ଧାରୁ ୧୯୪, କୋରାପୁଟରୁ ୧, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୬, ନୟାଗଡରୁ ୪, ନୂଆପଡାରୁ ୧, ପୁରୀରୁ ୧୪, ରାୟଗଡାରୁ ୧, ସମ୍ବଲପୁରରୁ ୫, ସୋନପୁରରୁ ୧, ସୁନ୍ଦରଗଡରୁ ୧୯, ଷ୍ଟେଟପୁଲରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି ।

yuvodaya
Leave A Reply

Your email address will not be published.