jsm

କୁରୁଲ ରାମଜୀ ହାଇସ୍କୁଲର ପୁରାତନ ବିଦ୍ୟାର୍ଥୀମାନଙ୍କ ମୋ ସ୍କୁଲ ଅଭିଯାନ ଯୋଜନାର ବୈଠକ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ ଯୋଜନାରେ ନିଜକୁ ସାମିଲ କରିବା ପାଇଁ ରାମଜୀ ହାଇସ୍କୁଲ କୁରୁଲର ୨୦୧୦ ବ୍ୟାଚର ପୁରାତନ ବିଦ୍ୟାର୍ଥୀମାନେ ଏକତ୍ରିତ ହୋଇ ନିଜକୁ ମଣିଷ କରି ଗଢି ତୋଳିଥିବା ବିଦ୍ୟା ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସଂକଳ୍ପ ନେଇଥିଲେ । ବିଦ୍ୟାଳୟର ସୁସଜ୍ଜିକରଣ, ପରିବେଶ ନିର୍ମାଣ, ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ, ଶୈକ୍ଷିକ ବାତାବରଣକୁ ସୁଦୃଢ କରିବା, ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ପୁରାତନ ବିଦ୍ୟାର୍ଥୀମାନେ ଆଲୋଚନା କରିବା ସହ ଭବିଷ୍ୟତରେ ତାହା କିପରି କାର୍ଯ୍ୟାନ୍ୱୟନ ହେବ ସେଥିପ୍ରତି ଆଲୋଚନା କରିଥିଲେ । ପ୍ରମୋଦ କୁମାର ନାଏକଙ୍କ ପରିଚାଳିତ ସଭାରେ ଛାତ୍ର ପ୍ରତାପ ନାଏକ, କହ୍ନେଇ ଚରଣ ପଟେଲ, ରାଜେଶ ଚନ୍ଦନ, ଆକାଶ ନାଏକ, ଦୁଷ୍ମନ୍ତ ପୋଢ, ରାଜୀବ ଲୋଚନ ରାଉତ, ସୁବିନ୍ଦ୍ର ଜାଲ, ମର୍ଯ୍ୟାଦାମୟୀ ପଟେଲ, ସୁନୀତା ରାଉତ, ସୀମାରାଣୀ ରାଏ, ସାଗରୀକା ସେଟ, ନଳିନୀ ସୁନା, ରାଜେଶ୍ୱରୀ ବାଗ, ଝରଣା ପଟେଲ, ଶିବାନୀ ଶଙ୍କର ପଟେଲ, ଦଶରଥ ପାଣ୍ଡେ, ଅତୁଲ ଦୀପ, ଶିବାନୀ ପଟେଲ ପ୍ରମୁଖ ପୁରାତନ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ । ପ୍ରକୃତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ, ବିଜ୍ଞାନ ଶିକ୍ଷୟିତ୍ରୀ ବାସନ୍ତୀ ସାହୁ, ବିଜ୍ଞାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ସାହୁ ଉପସ୍ଥିତ ରହି ସ୍କୁଲର ଉନ୍ନତି ନିମନ୍ତେ ନିଜ ନିଜ ସୁଚିନ୍ତିତ ମତାମତ ଦେଇ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

yuvodaya
Leave A Reply

Your email address will not be published.