ଜୁନିଅର ରେଡକ୍ରସ ତରଫରୁ ବନ ମହୋତ୍ସବ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲ ବ୍ଲକ ଅନ୍ତର୍ଗତ ମାୟାବର୍ହା ପଂଚାୟତ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡକ୍ରସ ୟୁନିଟ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀଙ୍କ ସଭାପତିତ୍ୱରେ ପାଳିତ ହୋଇଥିବା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ବନ ମହୋତ୍ସବର ଗୁରୁତ୍ୱ ଏବଂ ଚାରା ରୋପଣ ମାଧ୍ୟମରେ ପରିବେଶକୁ ସ୍ୱଚ୍ଛ ଏବଂ ସୁନ୍ଦର ରଖିବାକୁ ଉଦ୍ୟମ କରିବାକୁ ଆହ୍ୱାନ ଦିଆଯାଇଥିଲା । ସ୍ଥାନୀୟ ବାଙ୍କିପାଲି ହାଇସ୍କୁଲର ଜୁନିଅର ରେଡକ୍ରସ ପରାମର୍ଶଦାତା ତଥା ଜିଲ୍ଲା ଜୁନିଅର ରେଡକ୍ରସ ସାଧନ କର୍ମୀ ହୃଷିକେଶ ଡାଙ୍ଗ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ମତବ୍ୟକ୍ତ କରିିଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ତଥା ସ୍କୁଲର ପରାମର୍ଶଦାତା ରବିଚନ୍ଦ୍ର ପଶାୟତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟ ପରିସରରେ ନିମ୍ବ, ଶାଗୁଆନ, ଶାଳ ପ୍ରଭୃତି ବର୍ଗର ପ୍ରାୟ ୨୫ ଗୋଟି ଚାରା ରୋପଣ କରାଯାଇଥିଲା । ଜୁନିଅର ରେଡକ୍ରସ ୟୁନିଟର ଶୁଭଶ୍ରୀ ପୁଟେଲ, ମୁସ୍କାନ ସାହୁ, ତନୁଶ୍ରୀ ଜୁଆଡି, ମାନସୀ ଅଦାବର, ଉସା କୁମ୍ଭାର, ବାସନ୍ତୀ କୁମ୍ଭାର, ଶ୍ରାବଣୀ, ସୁନନ୍ଦା, ଦିବ୍ୟାସା, ଶ୍ରେୟା ପ୍ରମୁଖ ତଥା ସମସ୍ତ ଶିକ୍ଷକ ଏବଂ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.