ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ : ୨୦ ହଜାର ବିଭିନ୍ନ କିସମର ଗଛ ଲଗାଯିବାକୁ ବିଭାଗ ପ୍ରସ୍ତୁତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ତଥା ଖଜୁରୀପଡ଼ା ବନାଞ୍ଚଳ ଅଧିନ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଖଜୁରୀପଡ଼ା ବନାଞ୍ଚଳ ଅଧିକାରୀ ଅଜିତ୍ କୁମାର ସାହାଣୀଙ୍କ ତତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ କରାଯାଇଛି । ସଂରକ୍ଷିତ ଜଙ୍ଗଲରେ ବିଭିନ୍ନ ଔଷଧୀୟ ଓ ଫଳ ଚାରା ରୋପଣ କରାଯାଇଛି । ଚଳିତ ବର୍ଷ ପ୍ରାୟ ଶହେ ହେକ୍ଟର ଏରିଆରେ ୨୦ ହଜାର ବିଭିନ୍ନ କିଷମର ଗଛ ଲଗାଯିବାକୁ ବିଭାଗ ପ୍ରସ୍ତୁତ ହୋଇଛି । ବିଶେଷ କରି ଅଁଳା, କରଞ୍ଜ, ବାଲିସିସି, ପାହାଡିସିସି, ପଣଷ, ଜାମୁ, ଶିରିଶ, କୁଶୁମ ଇତ୍ୟାଦି ଗଛ ଲଗାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି । କାର୍ଯ୍ୟକ୍ରମରେ ଫୁଲବାଣୀ ବନାଞ୍ଚଳ ରେଞ୍ଜର ସଚ୍ଚିଦାନନ୍ଦ ସେଠୀ, ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନିମା କହଁର, ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ, ଦଳପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ପଦ୍ମିନୀ ମଲିକ, ଲମ୍ବାବାଡି ୱାର୍ଡସଭ୍ୟା ଅନୁରାଧା ଦିଗାଲ ଏବଂ ସସ୍ମିତା କହଁର ପ୍ରମୁଖ ଚାରା ରୋପଣ କରିଥିଲେ । ସେହିପରି ବନ ମହୋତ୍ସବ କାର୍ଯ୍ୟକ୍ରମରେ କାଳିପଦର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ ମଲିକଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ୍ ହୋଇଥିଲେ । ବ୍ରୁତଙ୍ଗ (ଉତ୍ତର) ଖେସ୍ରା ଜଙ୍ଗଲରେ ଅନୁଷ୍ଠିତ ବନ ମହୋତ୍ସବ କାର୍ଯ୍ୟକ୍ରମ ଶେଷରେ ବନରକ୍ଷୀ ଗାୟତ୍ରୀ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.