jsm

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

csstore

କଣ୍ଟାମାଲ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଖଟଖଟିଆର ପ୍ରଧାନ ଶିକ୍ଷକ ଭୁବନେଶ୍ୱର ବସ୍ତିଆଙ୍କ ଅବସର ଗ୍ରହଣ ଅବସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଧାନ ଶିକ୍ଷକ ସୁକଦେବ ପଣ୍ଡା, ମୁଖ୍ୟବକ୍ତା ଭାବେ ନାଟ୍ୟକାର ତଥା ସ୍କୁଲର ପ୍ରତିଷ୍ଠାତା ସଭାପତି ହରିହର ପ୍ରଧାନ ଯୋଗଦେଇ ଶ୍ରୀ ବସ୍ତିଆଙ୍କ ସ୍କୁଲ ପ୍ରତି ରହିଥିବା ଅବଦାନକୁ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଜୟନ୍ତ ପ୍ରଧାନ, ତ୍ରିଲୋଚନ ସାହୁ ଯୋଗଦେଇ ଥିବାବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସତ୍ୟବାନ ବସ୍ତିଆ, ପୂର୍ବତନ ସଂସ୍କୁତ ଶିକ୍ଷକ ଜଳନ୍ଧର ସାହୁ, ଜୟକୃଷ୍ଣ ପ୍ରଧାନ ପ୍ରମୁଖ ମଧ୍ୟ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଶିକ୍ଷକ ରଂଜୁ ଅମାତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଖେଳ ଶିକ୍ଷକ ପଞ୍ଚାନନ ପ୍ରଧାନ, ଶିକ୍ଷକ ବିଶ୍ଵଜିତ ବାରିକ, ଅଜୟ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରବେଶ ସାହୁ, ପ୍ରଦୀପ ଖେତୀ ସହଯୋଗ କରିଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜାଜ୍ଞସେନି ଖେତୀ ଧନ୍ୟବାଦ ଦେଇ ବିଦ୍ୟାଳୟର ଉନ୍ନତି ପାଇଁ ସବୁପ୍ରକାର ଉଦ୍ୟମ ସମସ୍ତଙ୍କୁ ନେଇ କରାଯିବ ବୋଲି କହିଥିଲେ ।

yuvodaya
Leave A Reply

Your email address will not be published.