ସହକାରୀ ଯନ୍ତ୍ରୀଙ୍କ ସମ୍ପର୍କିୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଚୌଦ୍ୱାର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଙ୍କୀ ଡମପଡ଼ା ବ୍ଲକ୍‌ ସହକାରୀ ଯନ୍ତ୍ରୀ ପ୍ରଭାତ ରାଉତଙ୍କ ୪ଟି ସ୍ଥାନରେ ଥିବା ଘର ଏବଂ ତାଙ୍କ ସମ୍ପର୍କିୟଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ କରିଛି । ଏହି ପରିପ୍ରେକ୍ଷୀରେ ଚୌଦ୍ୱାର ହାଉସିଂ ବୋର୍ଡରେ ରହୁଥିବା ତାଙ୍କ ଭାଇଙ୍କ ଘରେ ବୁଧବାର ଚଢଉ କରାଯାଇ ଥିଲା । ଭିଜିଲାନ୍ସର ଏକ ୬ଜଣିଆ ଟିମ୍‌ ତାଙ୍କ ଭାଇଙ୍କ ବାସଭବନରେ ପହଞ୍ଚି ଯାଞ୍ଚ କରି ଫେରି ଯାଇଥିଲେ । ଭିଜିଲାନ୍ସ ଡିଏସ୍‌ପି ହେମନ୍ତ କୁମାର ମହାନ୍ତି ଓ ଆଇଆଇସି କିରଣ୍ୟମୟୀ ସାମଲ ଚଢ଼ଉରେ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.