jsm

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ପ୍ରଥମ ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜନ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ପ୍ରଥମ ବୈଠକରେ ବଲାଙ୍ଗିର ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷକ ପ୍ରତିନିଧିମାନେ ପ୍ରତିଟି ଶନିବାର ଚିରାଚରିତ ନିୟମାନୁସାରେ ସକାଳ ଘ.୬.୩୦ମି.ରୁ ଘ.୧୧ ପର୍ଯ୍ୟନ୍ତ ହେବା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦାବୀପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲା ସଂଘର ସଭାପତି ଶାନ୍ତିଲତା ସାହୁ, ସଂପାଦକ ହରେକୃଷ୍ଣ ରଥ, ସହ-ସଂପାଦକ କୈସ ରସୁଲ ଖାନ, ଅନୁପମା ପ୍ରହରାଜ, ଉପ-ସଭାପତି ବସନ୍ତ ବୁଡେକ, କୁମୁଦିନୀ ମେହେର ଓ ଉପେନ୍ଦ୍ର ମେହେରଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା କରି ଦାବୀପତ୍ର ପ୍ରଦାନ କରାଯାଇଥିଲା । ସକାଳୁଆ ସ୍କୁଲଟି ଛାତ୍ରଛାତ୍ରୀଙ୍କ ଡ୍ରିଲ, ଯୋଗ ଓ ପ୍ରତିଭା ପ୍ରଦର୍ଶନ ପାଇଁ ମନୋବିଜ୍ଞାନିକ ଦୃଷ୍ଟିରୁ ଉପଯୋଗୀ । ଏଥିପାଇଁ ଆଗାମୀ ଶନିବାର ଦିନରୁ ସକାଳୁଆ ସ୍କୁଲ ପ୍ରତିଟି ଶନିବାର ହେବାକୁ ସଂଘ ଦାବୀ କରିଛି ।

yuvodaya
Leave A Reply

Your email address will not be published.