ଶିକ୍ଷକଙ୍କ ନିର୍ଯାତନା ପାଇଁ କୁକୁରମୁଣ୍ଡା ବିଦ୍ୟାଶ୍ରୀ ଆବାସିକ ସ୍କୁଲରୁ ୫ ଜଣ ଛାତ୍ରଙ୍କ ଫେରାର ଉଦ୍ୟମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କୁକୁରମୁଣ୍ଡା ସ୍ଥିତ ବିଦ୍ୟାଶ୍ରୀ ଆବାସିକ ବିଦ୍ୟାଳୟରୁ ୫ ଛାତ୍ର ଫେରାର ମାରିବାକୁ ଉଦ୍ୟମ କରିଛନ୍ତି । ପରେ ସ୍ଥାନୀୟ ଲୋକ ତାଙ୍କୁ ପାଟଣାଗଡ଼ ବରପଦର ବ୍ରିଜ ନିକଟରୁ ଉଦ୍ଧାର କରିଛନ୍ତି । ତେବେ କେଉଁ କାରଣ ପାଇଁ ଛାତ୍ର ମାନେ ସ୍କୁଲରୁ ଫେରାର ମାରିବାକୁ ଉଦ୍ୟମ କରୁଥୁଲେ ତାହା ଜଣା ପଡ଼ିନଥିବା ବେଳେ ସ୍କୁଲ ଶିକ୍ଷକ ଛାତ୍ରମାନଙ୍କୁ ନିର୍ୟାତନା ଦେଉଥିବା ଯୋଗୁଁ ଛାତ୍ର ମାନେ ସ୍କୁଲରୁ ପଲାଇ ଆସୁଛନ୍ତି ବୋଲି ଖପ୍ରାଖୋଲ ଓଡିଆପାଲିର ୫ମ ଶ୍ରେଣୀର ଛାତ୍ର ଶୁଭମ୍ଭ ନିଆଲ, ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ବରତୁଣ୍ଡାର ୫ମ ଶ୍ରେଣୀ ଛାତ୍ର ରଜତ ସାହୁ, ପାଟଣାଗଡ଼ ବ୍ଲକ ପୁଡୁକୁପଡାର ୪ର୍ଥ ଶ୍ରେଣୀ ଛାତ୍ର ଦର୍ପଗଞ୍ଜନ ମେହେର, ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ କଣ୍ଟେଶ୍ଵର ପୁରର ଛାତ୍ର ଜାଜେଶପୁରୀ, ପାଟଣାଗଡ଼ ବଗଲାବନ୍ଧର ୬ଷ୍ଠ ଶ୍ରେଣୀ ଛାତ୍ର ସ୍ବାଧିନ ମେହେର ଆଦି ଛାତ୍ର ମାନେ କହିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ନିମାଇଁ ନାମକ ଜଣେ ଶିକ୍ଷକ ସେମାନଙ୍କୁ ମାଡ଼ ମାରିବା ସହ କାନ ମୁଡୁଥିବା ଯୋଗୁଁ ଭୟଭୀତ ହୋଇ ସ୍କୁଲ ପାଚେରି ଡେଇଁ ନିଜ ଘରକୁ ପଲାଇବାକୁ ଉଦ୍ୟମ କରୁଥିବା କହିଛନ୍ତି । ଛାତ୍ର ମାନେ ପଲାଇ ଆସୁଥିବା ସମୟରେ ସ୍ଥାନୀୟ ଲୋକେ ବରପଦର ବ୍ରିଜ ନିକଟରେ ୫ ଜଣ ଛାତ୍ରଙ୍କୁ ଅଟକାଇ ପଚରାଉଚରା କରୁଥିବା ବେଳେ ଖବର ପାଇ ଉକ୍ତ ଆବାସିକ ବିଦ୍ୟାଳୟର ଜଣେ ଶିକ୍ଷକ ପହଞ୍ଚି ପୁଣି ଛାତ୍ରମାନଙ୍କୁ ମାଡ଼ ମାରିଥିବା ସ୍ଥାନୀୟ ଲୋକେ ଦେଖିଥିବା କହିଛନ୍ତି । ଭଲ ଭାବେ ଛାତ୍ରମାନଙ୍କୁ ଖାଇବାକୁ ଦେଉନଥିବା ଛାତ୍ର ପ୍ରକାଶ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ, ଆବାସ ସ୍କୁଲରେ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ଥାଇ ମଧ୍ୟ ଛାତ୍ର ମାନେ ପାଚେରୀ ଡେଇଁ ଫେରାର ହେଉଥିବା କେତେ ସୁରକ୍ଷିତ ବୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ବେଳେ ଛାତ୍ର ମାନଙ୍କୁ ସ୍କୁଲକୁ ନିଆଯାଇଛି । ଏନେଇ ପାଟଣାଗଡ଼ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

error: Content is protected !!