କଳାହାଣ୍ଡି ଜିଲ୍ଲାପାଳ ଭାବେ ପି.ଅନ୍ୱେଷା ରେଡ୍ଡୀଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : କଳାହାଣ୍ଡି ଜିଲ୍ଲାପାଳ ଭାବେ ଯୁବା ଆଇ.ଏ.ଏସ୍. ସୁଶ୍ରୀ ପି.ଅନ୍ୱେଷା ରେଡ୍ଡୀ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏଥିପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ-ନିର୍ଦ୍ଦେଶକ ଥିଲେ । ସେ ଜଣେ ଦକ୍ଷ ପ୍ରଶାସକ ଭାବରେ ମୟୂରଭଞ୍ଜ ଜିଲ୍ଲାରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କ କାର୍ଯ୍ୟକାଳ ସମୟରେ ବହୁତ୍ ଗୁଡ଼ିଏ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରି ଭୂୟସୀ ପ୍ରଶଂସିତ ହୋଇଛନ୍ତି । ତାଙ୍କରି କାର୍ଯ୍ୟଦକ୍ଷତା/ପାରଦର୍ଶିତାରେ ଅତୁଳନୀୟ ଅବଦାନ ଆଣିଥିଲେ ବୋଲି କୁହାଯାଇଛି ।

Leave A Reply

Your email address will not be published.

error: Content is protected !!